୮ ଯାଏଁ ଘୁଞ୍ଚିଲା ବସ୍ ଧର୍ମଘଟ

134

ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ): ପୁଣି ଘୁଞ୍ଚିଲା ଘରୋଇବସ୍ ମାଲିକ ସଂଘର ଧର୍ମଘଟ ନିଷ୍ପତ୍ତି । ନଭେମ୍ବର ୮ଯାଏଁ ପୁଣି ଘୁଞ୍ଚିଲା ବସ୍ ଧର୍ମଘଟ । ୮ ତାରିଖ ଦିନ ଅଲ୍
ଓଡ଼ିଶା ବୈଠକ ସେଦିନ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।ଏନେଇ ଶନିବାର ବସ୍ ମାଲିକ ସଂଘ ବେଠକରେ ନିଷ୍ପତ୍ତିହୋଇଛି । ବେଠକରେ ପୁଣି ଥରେ, ଲକ୍ଷ୍ମୀ ବସ୍କୁ ବ୍ଲକ୍ରୁ ଜିଲ୍ଲାକୁ
ନଚଳାଇବାକୁ ଅନୁରୋଧ କରିଛି ବସ୍ ମାଲିକ ସଂଘ । ଖାଲିସେତିକି ନୁହେଁ, ନଭେମ୍ବର ୧ ତାରିଖରେ ଭବାନୀପାଟଣାରେଆରମ୍ଭ ହେବାକୁ ଥିବା ଲକ୍ଷ୍ମୀ ଯୋଜନା ଉପରେ ମଧ୍ୟ ଆପତ୍ତି
ଉଠାଇଛି ସଂଘ । ସଂଘ କହିଛି ଯଦି ସେଦିନ ବ୍ଲକରୁ ଜିଲ୍ଲାବସ ·ଲିବ ତାହାଲେ ଭାବନୀପାଟଣାରେ ୨୪ ଘଣ୍ଟା ପାଇଁବସ ଧର୍ମଘଟ ହେବ । କେବଳ ଭବାନୀପାଟଣା ନୁହେଁ
ପାଖଆଖ ୧୦ଟି ଜିଲ୍ଲା ଧର୍ମଘଟରେ ସାମିଲ ହେବ । ଏହା ସହବେଠକରେ ଆହୁରି ଏକ ନିଷ୍ପତ୍ତି ମଧ୍ୟ ହୋଇଛି ।ଏହି ନିଷ୍ପତ୍ତି ଅନୁଯାୟୀ ରାଜନୀତିକ ଦଳକୁ ସଭା ସମିତି ପାଇଁ ବସ୍ ଦିଆଯିବ
ନାହିଁ । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଲକ୍ଷ୍ମୀବସ ଚଳାଚଳକୁ ବିରୋଧ କରିଘରୋଇବସ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇଛି । ସଂଘ, ଲକ୍ଷ୍ମୀ ଯୋଜନାରେ
ଘରୋଇ ବସ୍କୁ ସାମିଲ କରିବାକୁ ଦାବି ରଖିଛି । ଏପ୍ରସଙ୍ଗରେ ସରକାରଙ୍କ ସହବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ମଧ୍ୟ ହୋଇଛି ।

Leave A Reply

Your email address will not be published.