ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା

63

ପୁରୁଷୋତ୍ତମପୁର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରୋଗ୍ୟ କାମନା କରି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବିଜେଡ଼ି ପକ୍ଷରୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ନିକଟରେ ସାମୁହିକ ଦୀପଦାନ । ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅସ୍ତ୍ରୋପଚାର ପାଇଁ ମୁମ୍ବାଇ ଯାଇଛନ୍ତି । ଭୁବନେଶ୍ଵର ନବୀନ ନିବାସ ଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ନିମନ୍ତେ ଗତକାଲି ପ୍ରବଳ ଭିଡ଼ ଲାଗିଥିଲା । ଶୁକ୍ରବାର ଭୁବନେଶ୍ଵରରୁ ମୁମ୍ବାଇ ଅଭିମୁଖେ ବହରିଥିବା ବେଳେ ଆସନ୍ତାକାଲି ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ହେବ । କିଭଳି ସୁରୁଖୁରୁରେ ଅସ୍ତ୍ରୋପଚାର ହେବା ସହ ସୁସ୍ଥ ହୋଇ ପୁଣି ଓଡ଼ିଶାକୁ ଫେରିବେ ସେ ନେଇ ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ନିକଟରେ ପ୍ରାର୍ଥନା କରି ସାମୁହିକ ଦୀପଦାନ କରାଯାଇଥିଲା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଥିଲେ । ଯାହାର ସୁଫଳ ପାଇଥିଲେ ଲୋକେ । ତେଣୁ ଏଭଳି ଜନନାୟକ ତଥା ଲୋକଙ୍କ ସେବକ ସୁସ୍ଥ ହୋଇ ଫେରନ୍ତୁ ବୋଲି କାମନା କରିଛନ୍ତି ବିଜେଡ଼ି ନେତା ଓ କର୍ମୀ । ଏହି ଦୀପଦାନ କାର୍ଯ୍ୟକ୍ରମରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ସୂର୍ଯ୍ୟମଣି ବୈଦ୍ୟ, ବିଜେଡ଼ି ନେତା ପିଣ୍ଟୁ ସାବତ, ନୀଳାଞ୍ଚଳ ପଣ୍ଡାଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.