ନର୍ଲା : ଗତ ୨୬ତାରିଖରେ ନର୍ଲା ଜୟନ୍ତୀ ନଗର ପଡାର କୈବଲ୍ୟ ସେନାପତିଙ୍କ ୧୨ବର୍ଷ ର ପୁଅ ମନୋଜ ସେନାପତି ଚିକିତ୍ସା ଅବହେଳାରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ଆଣି ପରିବାର ଓ ଗାଁ ଲୋକେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶବ ରଖି ରାସ୍ତାରୋକ କରିଥିଲେ । ସେହି ଘଟଣାକୁ ନେଇ ଆଜି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜିତେନ୍ଦ୍ର ବେହେରା ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ପ୍ରତାପ କୁମାର ବେହେରା ଙ୍କୁ ସାକ୍ଷାତ କରି ଘଟଣା ର ତଦନ୍ତ ଦାବୀ କରିଛନ୍ତି । ଏହା ସହ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ୨ଜଣ ଡାକ୍ତର, ୨ଜଣ ନର୍ସ ଓ ଜଣେ ଫାର୍ମାସିଷ୍ଟ ଦେବାପାଇଁ ସିଡିଏମଓ ଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମନୋଜ ସେନାପତି(୧୨) ପେଟରେ ଯନ୍ତ୍ରଣା ହେବାରୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପରିବାର ଲୋକେ ନେଇଥିଲେ । ସେଠାରେ ଜଣେ ନର୍ସ ବିନା ଡାକ୍ତର ଙ୍କ ପରାମର୍ଶ ଓ ଉପସ୍ଥିତିରେ ଏକ ଇଞ୍ଜେକସନ ଦେଇଥିଲେ । ପରେ ଅସୁସ୍ଥ ହେଵାରୁ ତାଙ୍କର ମୃତ୍ୟୁ ଵରଣ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.