ନିଶା ନିବାରଣ କେନ୍ଦ୍ରରେ ନିଆଁ: ୩୨ ଜୀବନ୍ତଦଗ୍ଧ

139

ତେହରାନ: ଡ୍ରଗ୍ସ ନିବାରଣ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ । ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା
ବେଳେ ୧୬ ଜଣ ଆହତ ହୋଇଛନ୍ତି । ଶ ୁ କ ୍ର ବ । ର ଇରାନ୍ର ଡ୍ରଗ୍ସରିହାବିଲିସନ ସେଣ୍ଟର(ଡ୍ରଗ୍ସ
ନ ି ବ । ର ଣ କେନ୍ଦ୍ର)ରେ ଏହି ଭ ୟ ଙ୍କ ରଅଗ୍ନିକାଣ୍ଡ ଘଟିଛି ବୋଲି ଇରାନ ମିଡିଆରେ ଖବର ପ୍ରକାଶ ପାଇଛି ।
ଗିଲାନ ରାଜ୍ୟ କାସ୍ପିଆନ ସାଗର ତଟରେ ଥିବା ଲଙ୍ଗାରୁଡ ସହରରେ ଏହି କ୍ୟାମ୍ପ ରହିଛି । ଏହିକ୍ୟାମ୍ପରେ ଅଫିମ ନିଶାଶକ୍ତ ଥିବା ବ୍ୟକ୍ତିଙ୍କର ଚିକିତ୍ସା କରାଯାଏ ।
ହେଲେ ଶୁକ୍ରବାର ହଠାତ୍ କେମିତି ଏହି କ୍ୟାମ୍ପରେ ନିଆଁ ଲାଗିଲା ? ଏତେବଡ଼ ଘଟଣା କେମିତି ଘଟିଲା?
ସେ ନେଇ ତଦନ୍ତ ଜାରି ରହିଛି । ଇରାନ ସରକାରୀ ଖବର ମେହର ନ୍ୟୁଜ୍ରେ
ଏହି ରିପୋର୍ଟ ପ୍ରକାଶ ପାଇଛି । ଜାତିସଂଘର ଡ୍ରଗ୍ସ ଓ ଅପରାଧ ବିଭାଗର ସୂଚନା
ଅନୁସାରେ, ଇରାନରେ ଡ୍ରଗ୍ସ ଓ ଅଫିମ ନିଶାଶକ୍ତ ଲୋକଙ୍କ ସଂଖ୍ୟା ଅଧିକ । ବିଶେଷ
କରି ଅଫିମ୍ ଚାଲାଣ ଇରାନ୍ରେ ଅଧିକ ହୋଇଥାଏ । ଆଫଗାନିସ୍ତାନରେ ଏସବୁ
ସାଧାରଣତଃ ପଶ୍ଚିମ ୟୁରୋପ ଓ ଭାରତ ଆଦି ଦେଶକୁ ଚାଲାଣ କରାଯାଉଛି ।

Leave A Reply

Your email address will not be published.