ନୂଆ ଲୁକରେ ସୋନାକ୍ଷୀ ସିହ୍ନା
ବଲିଉଡ ଜଗତର ଜଣେ ଆଗ ଧାଡ଼ିର ଜଣାଶୁଣା ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଏକ ଭିନ୍ନ ଲୁକ ସାମ୍ନାକୁ ଆସିଛି l ବର୍ତ୍ତମାନ ସୋସିଆଲ ମିଡିଆରେ ଏହା ଭାଇରଲ ହେବାରେ ଲାଗିଛି l ସୋନାକ୍ଷୀ ସିହ୍ନା ଉପଲୋଡ଼ କରିଥିବା ଏକ ଫଟୋ ରେ ବ୍ଲଣ୍ଡ ହେୟାର ରେ ନଜର ଆସିଛନ୍ତି l ସୋନାକ୍ଷୀ ସବୁବେଳେ ନିଜ ଫ୍ୟାନମାନଙ୍କ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି l ସେ ଫ୍ୟାନମାନଙ୍କୁ ସୋଇଆଲ ମିଡିଆରେ କିଛି ନା କିଛି ଭେଟି ଦେଇଥାନ୍ତି l ଏବେ ସେ ସେୟାର କରିଥିବା ଫଟୋ ଉପରେ ଫ୍ୟାନମାନଙ୍କ ଠାରୁ ଅନେକ ପ୍ରଶଂସନୀୟ କମେଣ୍ଟ କରିଥିବା ଦେଖିବାକୁ ମିଳିଛି l