ମହାପ୍ରଭୁଙ୍କ ଆଶିଷ ଲୋଡିଲେ ରାଜ୍ୟପାଳ

137

ପୁରୀ,୧ା୧୧(ଡିକେ ନୁ୍ୟଜ): ନୂତନ ରାଜ୍ୟପାଳ ରଘୁବରଦାସ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୀ ଆସି ଶ୍ରୀମନ୍ଦିରରେଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟପାଳ ଭାବେ ଦାୟିତ୍ୱ
ଗ୍ରହଣ କରିବା ପରେ ଏହା ରାଜ୍ୟପାଳଙ୍କର ପ୍ରଥମ ପୁରୀଗସ୍ତ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟପାଳରଘୁବିର ଦାସ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପହଞ୍ଚିବା ପରେ
ଜିଲ୍ଲା ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତକାରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳପ୍ରଦୀପ କୁମାର ସାହୁ ଓ ଏସପି ଡ. କନୱର ବିଶାଳ ସିଂ
ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ । ସେବାୟତମାନଙ୍କ ପକ୍ଷରୁମଧ୍ୟ ରାଜ୍ୟପାଳଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ୱାଗତକରାଯାଇଥିଲା । ପରେ ଅତିରିକ୍ତ ଜିଲ୍ଲପାଳ, ଏସପି,
ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସେବାୟତମାନେରାଜ୍ୟପାଳଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।ପ୍ରଥମେ ରାଜ୍ୟପାଳ ପତିତପାବନଙ୍କ ଦର୍ଶନ କରିବା ପରେ ଭିତରକାଠ ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ । ଏହାପରେରାଜ୍ୟପାଳ ମହାଲକ୍ଷ୍ମୀ, ମା’ ବିମଳା ଓ ଅନ୍ୟାନ୍ୟ ପାଶ୍ୱର୍୍ ଦେବାଦେବୀଙ୍କୁ ମଧ୍ୟ ଦର୍ଶନକରିଥିଲେ । ଶ୍ରୀ ଜିଉମାନଙ୍କ ଦର୍ଶନ ପରେ ସେ ଶ୍ରୀମନ୍ଦିରରୁ ବାହାରି ପୁରୀରାଜଭବନରେ ଅଭିମୁଖେ ଯାଇ ସେଠାରେ କିଛି ସମୟ ଅତିବାହିତ କରିବା ପରେଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ । ରାଜ୍ୟପାଳ ଭାବେ ଶପଥ ନେବା ପୂର୍ବରୁ
ସୋମବାର ରାଜ୍ୟପାଳ ଶ୍ରୀ ଦାସ ଟାଟାନଗରରୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଆସିପୁରୀରେ ପହଞ୍ଚି ସପରିବାର ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।ଗତକାଲି ଶପଥ ନେବା ପରେ ଆଜି ରାଜ୍ୟପାଳ ଶ୍ରୀ ଦାସ ମହାପ୍ରଭୁଙ୍କ ଦର୍ଶନ କରି ରାଜ୍ୟ ତଥା ଦେଶର ମଙ୍ଗଳକାମନା କରିଥିଲେ ।

Leave A Reply

Your email address will not be published.