ନେତାଜୀ ଜୟନ୍ତୀକୁ ଜାତୀୟତାର ସହ ପାଳନ ହେବ

202

ପୁରୀ, ୨୩ ଜାନୁଆରୀ – ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଣେ ଅଦମ୍ୟ ସାହସୀ ସ୍ଵାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ଜନ୍ମ ଦିନକୁ ଜାତୀୟତା ଭାବନାର ଜାଗରଣ ଭାବରେ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ମତ ଦେଇଛନ୍ତି। ଆଜି ପୂର୍ବାହ୍ନରେ ମାଖନ ହାଲଦାର ସ୍ମୃତି କମିଟି ତରଫରୁ ସୁଭାଷ ବୋଷ ଛକ ନିକଟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାହୁ, ସ୍ବାଧୀନ ଭାରତ ଗଠନରେ ନେତାଜୀଙ୍କ ଅବଦାନର ସ୍ମୃତି ଚାରଣ କରିବା ସହ ଆଗାମୀ ଦିନରେ ନେତାଜୀଙ୍କ ଜନ୍ମ ଦିନକୁ ସୁନ୍ଦର ଭାବେ ପାଳନ କରାଯିବ ବୋଲି କହିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଯୋଗଦାନ କରିଥିବା ବେଳେ ଅନାମ ସାହୁ, ଶିବ ସୁନ୍ଦର ମିଶ୍ର, ବଦ୍ରି ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ଜୟଶଂକର ଯୋଶୀ, କୈଳାଶ ଚନ୍ଦ୍ର ଟିକାୟତରାୟ, ମନୋଜ ରଥ, ଡଃ ବିମଳପ୍ରସାଦ ମହାନ୍ତି, ଗୋବିନ୍ଦ ମହାପାତ୍ର, ଚକ୍ରଧର ମହାପାତ୍ର, ବିପିନ ଦଳାଇ, ଶିବରାମ ପ୍ରଧାନ, ଅନ୍ନପୂର୍ଣ୍ଣା ଦେବୀ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.