କଟକ, ୨୮ା୧୦ (ଡିକେ ନୁ୍ୟଜ୍):ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତନିଦେ୍ର୍ଦଶକ ସ୍ୱରୂପ ନାୟକ । କଟକ
ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦାସହ ଶେଷକୃତ୍ୟ ସଂପନ୍ନକରାଯାଇଛି । ସ୍ୱରୂପଙ୍କୁ ତାଙ୍କ ବଡ଼ଝିଅ ନିବୃତ୍ତି ନାୟକ ମୁଖାଗ୍ନି
ଦେଇଛନ୍ତି । ତାଙ୍କର ଶେଷକୃତ୍ୟସଂପନ୍ନ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତଉପସ୍ଥିତ ଥିଲେ । ଶୁକ୍ରବାର ସ୍ୱରୂପନାୟକଙ୍କର ପରଲୋକ ଘଟିଥିଲା ।
ବିଭିନ୍ନ ବର୍ଗ ତାଙ୍କ ଆତ୍ମାର ସଦଗତିକାମନା କରିବା ସହ ଶୋକସନ୍ତପ୍ତପରିବାର ପ୍ରତି ଗଭୀର ସମବେଦନାଜଣାଇଛନ୍ତି । ୧୯୪୭ ମସିହା
ଫେବ୍ରୁଆରୀ ୮ ତାରିଖରେ ଜନ୍ମହୋଇଥିବା ସ୍ୱରୂପ ଏକାଧାରରେଜଣେ ସଙ୍ଗୀତକାର, ଗୀତିକାର,ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା
ଥିଲେ । ୫୦ରୁ ଅଧିକ ଓଡ଼ିଆଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିଦେ୍ର୍ଦଶନାଦେଇଥିଲେ ସ୍ୱରୂପ । ସେ ପ୍ରାୟ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ ।
୬ଟି ଫିଲ୍ମରେ ସେ ଅଭିନୟକରିଥିଲେ । ସେହିପରି ୬ଟି ଫିଲ୍ମରେଗୀତ ଗାଇ ଥିଲେ । ୧୯୬୨ମସିହାରେ ରିଲିଜ ହୋଇଥିବା
“ଜୟଦେବ’ ଚଳଚ୍ଚିତ୍ରରେ ସ୍ୱରୂପଶିଶୁ କଳାକାର ଭାବେ ଅଭିନୟକରିଥିଲେ । ୧୯୮୪ ମସିହାରପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର
“ହୀରାନୀଳା’ରେ ସେ ପ୍ରଥମେସଙ୍ଗୀତ ନିଦେ୍ର୍ଦଶକ ଭାବେ କାର୍ଯ୍ୟକରିଥିଲେ । ସହର ଜଳୁଛି, ଲାଲ୍ ପାନ୍ବିବି, ଉଦଣ୍ଡୀ ସୀତା, ସିନ୍ଦୂର ନୁହେଁଖେଳଘର, ମନ ରହିଗଲାତୁମଠାରେ, ପୁଅ ମୋର ଭୋଳାଶଙ୍କର, ଆଇ ଲଭ୍ ୟୁ, ଶାଶୁ ଘର·ଲିଯିବି, ଜୀବନ ମୃତ୍ୟୁ ଓ କଥାନ୍ତରଭଳି ଚଳଚ୍ଚିତ୍ରରେ ସ୍ୱରୂପ ନାୟକସଙ୍ଗୀତ ନିଦେ୍ର୍ଦଶନା ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post