ଡୁମାଣୀ ଟିଭି,୭/୪:କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଜେଲ ଗଲେ ଶର୍ମିଷ୍ଠା ଓ ଝୁନା । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନାଙ୍କୁ ଆଜି କଡ଼ା ସୁରକ୍ଷାରେ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଉ ସେମାନଙ୍କର ରିମାଣ୍ଡ ପାଇଁ ଆବେଦନ କରାଯାଇନଥିଲା । କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଭଦ୍ରକ ଜେଲ୍କୁ ପଠାଇଦେଇଛନ୍ତି । ପୁଣି ଥରେ ଦୁଇ ଅଭିଯୁକ୍ତଙ୍କୁ ଆସନ୍ତା ୧୧ ତାରିଖରେ JMFC କୋର୍ଟରେ ହାଜର କରାଯିବ ବୋଲି ସୂଚନା ଦେଇଛନ୍ତି ପ୍ରତିପକ୍ଷ ଓକିଲ । କ୍ରାଇମବ୍ରାଞ୍ଚ ୨ୟ ପର୍ଯ୍ୟାୟର ଶର୍ମିଷ୍ଠା ଓ ଝୁନାଙ୍କୁ ତିନିଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଥିଲା ।
ରିମାଣ୍ଡ ସମୟରେ ଗୋଟି ଗୋଟି ସତ ବଖାଣିଛନ୍ତି ଅଭିଯୁକ୍ତ । ଜେରା ସମୟରେ ମିଳିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଅଭିଯୁକ୍ତଙ୍କ ବୟାନ୍ ସହ ସାକ୍ଷୀଙ୍କ ବୟାନର ମେଳ କରାଯାଉଛି। ୨୫ରୁ ଉର୍ଦ୍ଧ୍ୱ ସାକ୍ଷୀ ରହିଛନ୍ତି। ସେମାନଙ୍କୁ ପର୍ଯ୍ୟାୟକ୍ରମେ ପଚରାଉଚରା କରୁଛି ଟିମ୍। ତେବେ ମର୍ଡର ପ୍ଲଟର ଖୁଲାସା ହୋଇଥିବା ବେଳେ ପଦାକୁ ଆସିନି ମେମୋରୀ ଚିପ୍ ସତ । ରହସ୍ୟମୟ ମେମୋରୀ ଚିପ୍ର ପତ୍ତା ଏପର୍ଯ୍ୟନ୍ତ ମିଳିନି। ମିଳିବା ସମ୍ଭାବନା ମଧ୍ୟ କମ୍ । ଚିପ୍ରେ ଅନେକ ରହସ୍ୟ ରହିଛି। ମେମୋରୀ ଚିପ୍ ନମିଳିଲେ ମାନସ ମର୍ଡର ମିଷ୍ଟ୍ରିର ଅନେକ ଗୁମର ଲୁଚିଯିବ ।
Sign in
Sign in
Recover your password.
A password will be e-mailed to you.