ଭୁବନେଶ୍ୱର : ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ SIT ଗଠନ କଲେ ରାଜ୍ୟ ସରକାର। SIT ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ। ଟିମ୍ରେ କ୍ରାଇମବ୍ରାଞ୍ଚ ଏସ୍ପି ଆର.କେ ଦୋରା, ASP ଆର୍.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ସାମିଲ। SIT ଗଠନ ନେଇ ହାଇକୋର୍ଟଙ୍କୁ ଜଣାଇଲେ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ। ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ସ୍ୱତନ୍ତ୍ର ସଚିବଙ୍କ ଚିଠି ଲେଖିଥିଲେ। ତଦନ୍ତ ତତ୍ତ୍ୱାବଧାନ ପାଇଁ ଜଣେ ସିଟିଂ ଜଜ୍ଙ୍କୁ ଦାୟିତ୍ୱ ଦେବାକୁ ନିବେଦନ କରାଯାଇଛି। ପୂର୍ବରୁ ପରୀ ମୃତ୍ୟୁ ଘଟଣାର SIT ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଥିବା ନେଇ ବିଧାନସଭାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏ ସଂପର୍କିତ ବିଜ୍ଞପ୍ତିକୁ ଗୃହରେ ଉପସ୍ଥାପନ କଲେ ମନ୍ତ୍ରୀ ଶ୍ରୀ ଆରୁଖ। ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ।
Sign in
Sign in
Recover your password.
A password will be e-mailed to you.