ପାକିସ୍ତାନରେ ଗଙ୍ଗୁବାଇ କାଠିଆୱାଡିର କ୍ରେଜ୍‌ ଆଲିଆଙ୍କ ପାଇଁ ମୁନୀବ ବଟ୍ଟ କଲେ ପୁରା ହଲ୍ ବୁକ୍‌

215

ଡୁମାଣୀ ଟିଭି ,୨୫/୩ : ଦିନକୁ ଦିନ ବଢ଼ି ଚାଲିଛି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଲୋକପ୍ରିୟତା। ତାଙ୍କ ଫ୍ୟାନ୍ଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଦେଶ ଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ଆଲିଆଙ୍କ ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍ ଫଲୋର୍ସ। ଏବେ ଏହି ଫ୍ୟାନ୍ ତାଲିକାରେ ଜଣେ ପାକିସ୍ତାନର ଅଭିନେତା ମଧ୍ୟ ସାମିଲ ହୋଇଛନ୍ତି। ଆଲିଆଙ୍କ କ୍ରେଜ ଏତେ ବଢ଼ି ଯାଇଛି ଯେ, ତାଙ୍କ ଫିଲ୍ମ ଦେଖିବା ପାଇଁ ପୂରା ହଲ୍ ବୁକ୍ କରିଦେଇଛନ୍ତି। ନିକଟରେ ଆଲିଆ ଭଟ୍ଟଙ୍କ ଫିଲ୍ମ ରିଲିଜ ହୋଇଥିଲା । ଗଙ୍ଗୁବାଇ କାଠିଆୱାଡି ଦେଖିବା ପାଇଁ ପାକିସ୍ତାନର ଜଣେ ଅଭିନେତା ପୂରା ଥିଏଟର ବୁକ୍ କରିଦେଇଛନ୍ତି। ଅଭିନେତା ମୁନୀବ ବଟ୍ଟ ନିଜ ପତ୍ନୀଙ୍କୁ ସର୍ପ୍ରାଇଜ ଦେବାକୁ ଯାଇ ଏଭଳି କରିଛନ୍ତି। ମୁନୀବ ବଟ୍ଟଙ୍କ ପତ୍ନୀ ଐମାନ୍ ଖାନ୍ ମଧ୍ୟ ଆଲିଆ ଭଟ୍ଟଙ୍କ ଜଣେ ବଡ ଫ୍ୟାନ୍। ଏଥିପାଇଁ ସେ ଥିଏଟର୍ରେ ତାଙ୍କ ଫିଲ୍ମ ଦେଖିବାକୁ ବେଶ୍ ଉତ୍ସାହିତ ଥିଲେ। ତେଣୁ ନିଜ ପତ୍ନୀଙ୍କୁ ଖୁସି କରିବାକୁ ଯାଇ ମୁନୀବ ଏକ ସିନେମା ହଲ୍କୁ ପୂରା ବୁକ୍ କରିଦେଇଥିବା ଜଣାପଡିଛି। ସ୍ୱାମୀଙ୍କ ଠାରୁ ଏଭଳି ସରପ୍ରାଇଜ୍ ପାଇ ଐମାନ୍ଙ୍କ ଖୁସି ଦ୍ବିଗୁଣ ହୋଇଯାଇଛି । ଯାହାକି ତାଙ୍କ ଖୁସିର ସୀମା ନାହିଁ ।

ବକ୍ସ ଅଫିସରେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଖୁବ୍ ଭଲ ଆୟ କରିଥିଲା। ମାଫିଆ କୁଇନ୍ ଚରିତ୍ରରେ ସେ ତାଙ୍କର ଦମ୍ଦାର ଅଭିନୟ କରିଥିଲେ ଆଲିଆ। ସବୁଆଡେ ତାଙ୍କ ଅଭିନୟକୁ ନେଇ ଲୋକେ ଖୁବ୍ ପ୍ରଶଂସା କରିଥିଲେ। ଆଲିଆ ଭଟ୍ଟ ବର୍ତ୍ତମାନ ଜଣେ ବଡ ଅଭିନେତ୍ରୀ ହୋଇପାରିଛନ୍ତି ଏବଂ ଆଜିକା ସମୟରେ ସେ ଜଣେ ମହଙ୍ଗା ତଥା ଦାମୀ ଅଭିନେତ୍ରୀ ଅଟନ୍ତି .

ପାକିସ୍ତାନରେ ଗଙ୍ଗୁବାଇ କାଠିଆୱାଡିର କ୍ରେଜ୍‌ ଆଲିଆଙ୍କ ପାଇଁ ମୁନୀବ ବଟ୍ଟ କଲେ ପୁରା ହଲ୍ ବୁକ୍‌
Leave A Reply

Your email address will not be published.