ପିଲାଙ୍କୁ ପାଠ ପଢ଼ାଉ ପଢ଼ାଉ ଟଳି ପଡ଼ିଲେ ଶିକ୍ଷକ କୋକସରା, ଜଣେ କର୍ମଠ ଓ ନିଷ୍ଠାପର ଶିକ୍ଷକ ଭାବେଶିକ୍ଷକ ମହଲରେ ପରିଚିତ ଥିବା ଜଣେ ଶିକ୍ଷକ ଶ୍ରେଣୀ କୋଠରୀରେଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସମୟରେ ହଠାତ୍ ଅସୁସ୍ଥ ହୋଇପଡି ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଶିକ୍ଷକ ଜଣକ ହେଉଛନ୍ତି ମୂଷାପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କ୍ଷୀରୋଦ ପଣ୍ଡା। ଆଜି ସେ ସବୁଦିନ ଭଳି ସ୍କୁଲରେ ପହଞ୍ଚି ଶିକ୍ଷାଦାନ କରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତକ ଶିକ୍ଷକଙ୍କ ଘର ହେଉଛି ମୂଷାପାଳି ଗ୍ରାମରେ। ଗତକିଛି ଦିନ ତଳେ ଶିକ୍ଷକଙ୍କ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଶିକ୍ଷକଙ୍କ ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଏବେ ଘରେ ସ୍ତ୍ରୀ ଓ ଏକମାତ୍ର ଝିଅ ଅଛନ୍ତି। ସହକର୍ମୀ ଶିକ୍ଷକଙ୍କ ଅକାଳ ବିୟୋଗରେ ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗର ଅଧିକାରୀ, କର୍ମ·ରୀ, ଏକ୍ସ କ୍ୟାଡର ଶିକ୍ଷକ ସଂଘର କର୍ମକର୍ତ୍ତା ସମେତ ଶିକ୍ଷକ/ ଶିକ୍ଷୟିତ୍ରୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପୋଲିସ ଶବ ହସ୍ତାନ୍ତର କରିଥିଲା। ଗାଁ ରେ ଶବ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡିଥିଲା। ପରେ ଗାଁ ମଶାଣିରେ ପରିବାର ଲୋକେ ଆତ୍ମୀୟ ପରିଜନ ଶବ ସକ୍ରାର କରିଥିଲେ।
Sign in
Sign in
Recover your password.
A password will be e-mailed to you.