ପୁଣି କୋର୍ଟର ଦ୍ଵାରସ୍ଥ ହେଲେ ସୁମିତ୍ ତପସ୍ୱିନୀ

202

ଡୁମାଣୀ ଟିଭି,୯/୪:ସୁମିତ-ତପସ୍ୱିନୀ ବିବାଦ ମାମଲା । ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ସୁମିତ ଓ ତପସ୍ବିନୀ । ଉଭୟଙ୍କୁ ଆଜି ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଥିଲା । ମାର୍ଚ୍ଚ ୩୧ରେ ହାଇକୋର୍ଟର ମଧ୍ୟସ୍ଥ କେନ୍ଦ୍ରରେ ହାଜର ହେବା ପାଇଁ ନିର୍ଦ୍ଦେଶ ଥିଲା ।

ଉଭୟଙ୍କୁ କୋର୍ଟରେ ହାଜର ହେବା ପାଇଁ ହାଇକୋର୍ଟ କହିଥିଲେ । ପ୍ରତ୍ୟେକ ମାସରେ ତପସ୍ୱିନୀଙ୍କ ଲାଗି ୧୭ ହଜାର ଟଙ୍କା ଲେଖାଏଁ ପୈଠ କରିବାକୁ ସୁମିତଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସୁମିତ । କିନ୍ତୁ ହାଇକୋର୍ଟ ମାମଲାରେ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ।

ପରେ ଏହାକୁ ନେଇ ପୁଣି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସୁମିତ । ଶେଷରେ ହାଇକୋର୍ଟଙ୍କ ପକ୍ଷରୁ ସୁମିତଙ୍କ ତରଫରୁ ଦିଆଯାଉଥିବା ଅର୍ଥ ରାଶିକୁ ହ୍ରାସ କରାଯାଇଥିଲା । ତପସ୍ୱିନୀଙ୍କୁ ୧୭ ହଜାର ନୁହେଁ ବରଂ ୧୦ ହଜାର ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.