ବ୍ରହ୍ମପୁର ସହରରେ ପୁଣି ଗଡିଲା ଆଉ ଜଣେ ଯୁବକଙ୍କ ମୁଣ୍ଡ। ପୂର୍ବ ଶତ୍ରତତାକୁ କେନ୍ଦ୍ର କରି ହତ୍ଯା ଯୁବକଙ୍କୁ ହତ୍ୟା ଅଭିଯୋଗ। ବ୍ରହ୍ମପୁର ବଡ ବଜାର ଥାନା ଅଞ୍ଚଳରେ ଏଭଳି ବିଭତ୍ସ ହତ୍ଯାକାଣ୍ଡ ହୋଇଥିବା ବେଳେ ସାଇଣ୍ଟିଫିକ ଟିମ ଓ ପୋଲିସ ତଦନ୍ତ ଆରମ୍ଭ କରିଛି। ଦେଖିବା ଆମର ଏହି ରିପୋର୍ଟ। ବ୍ରହ୍ମପୁର- ବ୍ରହ୍ମପୁରରେ ଆଉ ଏକ ହତ୍ଯା କାଣ୍ଡ। ଜଣେ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ଯା କରିଛନ୍ତି ଦୁବୃର୍ତ୍ତ। ହତ୍ଯାର ଶୀକାର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୯ ନମ୍ବର ଗଳିର ବିଦ୍ୟାଧର ପାଣିଗ୍ରାହୀ। ଆଜି ମଧ୍ଯ ରାତ୍ର ସମୟ ପ୍ରାୟ ୧୨ ଘଣ୍ଟ। ବିଦ୍ୟାଧର ତାର ଜଣେ ସାଙ୍ଗ ସହ ବ୍ରହ୍ମପୁର ଷ୍ଟେସନ କୁ ବାହାର ରାଜ୍ୟରୁ ଆସୁଥିବା ସାଙ୍ଗ ମାନଙ୍କୁ ଆଣିବା ପାଇଁ ଯାଇଥିଲା। ସାଙ୍ଗମାନଙ୍କୁ ଆଣି ସାନ ବଜାର ଛକରେ ଛାଡିବା ପରେ ହଟାତ ପାଞ୍ଚ ରୁ ଆଠଜଣ ଦୃବୁତ ବିଦ୍ୟାଧର ଓ ତାର ଜଣେ ସାଙ୍ଗକୁ ସେଠାରୁ ଉଠାଇ ନେଇ ନିକଟସ୍ଥ ଜଗବନ୍ଧୁ ସାହିକୁ । ସେଠାରେ ଥିବା ଆପାର୍ଟମେଣ୍ଟ ପାଖରେ ବିଭିନ୍ନ ମାରଣାସ୍ତ୍ର ରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ବିଦ୍ୟାଧର ମରିଯାଇଛି ଭାବି ସେଠାରୁ ଚାଲିଯାଇଥିଲେ ଦୃବୁତ ମାନେ। ପରେ ଖବର ପାଇଁ ବିଦ୍ୟାଧର ର ପରିବାର ଲୋକ ଓ ସାଙ୍ଗସାଥୀ ମାନେ ବଡ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ଯରେ ଶୋକାକୁଳ ପରିବେଶ ଦେଖାଦେଇଛି। ଭିଓ୨ – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କରି ବିଦ୍ୟାଧରଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ବଡ଼ ବଜାର ଥାନା ପୁଲିସ ଘଟଣା ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟା ଘଟଣା ପଛରେ ଅପରାଧୀ ବଳିଆ ଓ ତାର ସହଯୋଗୀମାନଙ୍କ ହାତ ରହିଛି ବୋଲି ବଡ ବଜାର ପୋଲିସ ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମିଳିଥିବା ସୃଚନା ଅନୁଯାଇ ଗତ ତାରିଖ ଦିନ ବ୍ରହ୍ମପୁର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ଆଗାସାହି ଛକରେ ଆଜିର ହତ୍ଯାକାଣ୍ଡ ଭିଆଇଥିବା ବଳିଆ ତାର କିଛି ସାଙ୍ଗ ମାନଙ୍କ ସହ ବସିଥିବା ସମୟରେ ମୃତ ବିଦ୍ୟାଧର ବାଇକ ରେ ଆସି ବଳିଆ କୁ ଖଣ୍ତାରେ ହତ୍ଯା ଉଦ୍ୟମ କରିଥିଲା । ଆଉ ଏହି ମାମଲରେ ଜେଲ ଯାଇଥିଲା ବିଦ୍ୟାଧର। ଏବେ କିଛିଦିନ ହେବ ଜେଲରୁ ଫେରିଥିଲା ବିଦ୍ୟାଧର । ତାର ସୁଯୋଗ ନେଇ ରାଗ ସାଜିବାକୁ ନେଇ ନିଜ ରାସ୍ତାରୁ ହଟାଇବାକୁ ଯାଇ ବଳିଆ ଏଭଳି ବିଭତ୍ସ ହତ୍ଯାକାଣ୍ଡ ଘଟାଇ ଥିବା ପୋଲିସ କହିଛି।
Sign in
Sign in
Recover your password.
A password will be e-mailed to you.