ପୁଣି ଡରାଇଲାଣି କରୋନା, ୨୪ ଘଂଟାରେ ୧୨ ହଜାରରୁ ଅଧିକ ଚିହ୍ନଟ

177

ଧିରେ ଧିରେ ଡରାଇଲାଣି କରୋନା । ପୁଣି ବଢିବାରେ ଲାଗିଛି ଦେଶର ସଂକ୍ରମଣ ହାର । ଗତ ୨୪ ଘଂଟାରେ ୧୨ ହଜାର ୮ଶହ ୯୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଦେଶର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୩ ଲକ୍ଷ ରେ ପହଂଚିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏଥି ମଧ୍ୟରୁ ୭୨ ହଜାର ୪୭୪ ଟି ମାମଲା ସକ୍ରିୟ ଥିବା ବେଳେ ୪ କୋଟି ୨୬ ଲକ୍ଷ ରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ପକ୍ଷରେ ୫ କୋଟି ୨୪ ହଜାର ୮୫୫ ଜଣ କରୋନା ରେ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.