ପୁଣି ଥରେ ତୁଳସୀ ଭୂମିକାରେ ନଜର ଆସିବେ ସ୍ମୃତି ଇରାନି!
ମୁମ୍ବାଇ, : ଏକ୍ତା କପୁରଙ୍କ ଦ୍ୱାରା ର୍ନିମିତ ଲୋକପ୍ରିୟ ଟେଲିଭିଜନ ଧାରାବାହିକ \”କ୍ୟୁଁକି ଶାର୍ ଭି କଭି ବୋହୂ ଥି\’ ଆଉ ଥରେ ପରଦାରେ ଦେଖିବାକୁ ମିଳିବ ବୋଲି ଗତକିଛି ଦିନ ମଧ୍ୟରେ ଜୋଦାର୍ର୍ ଚର୍ଚ୍ଚା ହେଉଛି । ଏହି ଧାରାବାହିକକୁ ନେଇ ପ୍ରଶଂସକମାନେ ବି ଅଧିକ ଅପଡେଟ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଦର୍ଶକଙ୍କ ନିମନ୍ତେ ଆହୁରି ଏକ ଭଲ ଖବର ବି ରହିଛି । ଏକ ସାମ୍ପ୍ରତିକ କାର୍ଯ୍ୟକ୍ରମରେ, ଚଳଚ୍ଚିତ୍ର ର୍ନିମାତା ଏବଂ ର୍ନିମାତା ଏକତା ଆର କପୁର କେବଳ ଧାରାବାହିକଟି ପୁଣିଥରେ ଦେଖିବାକୁ ମିଳିବ ବୋଲି ନିଶ୍ଚିତ କରିନାହାନ୍ତି,ବରଂ ସେଥିରେ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ତଥା ରାଜନେତ୍ରୀ ସ୍ମୃତି ଇରାନିଙ୍କୁ ବି
ଦେଖିବାକୁ ମିଳିପାରେ ବୋଲି ସଂକେତ ଦେଇଛନ୍ତି । ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ରିପୋର୍ଟ କରାଯାଇଥିବା ଅନୁସାରେ, ଏକ ସାମ୍ପ୍ରତିକ କାର୍ଯ୍ୟକ୍ରମରେ, ସୋ\’ର ର୍ନିମାତା ଏକତା ଆର୍ କପୁର ପ୍ରକାଶ କରିଛନ୍ତି ଯେ ଆଉ କେବଳ ବାକି ୧୫୦ ଏପିସୋଡ୍ କରାଯିବୟ କାରଣ ପୂର୍ବରୁ ଧାରାବାହିକଟି ୧୮୫୦ ଏପିସୋଡ୍ରେ ଅଟକିଥିଲା । ସେଥିରେ ତୁଳସୀ ଭୂମିକା ନିଭାଇଥିଲେ ସ୍ମୃତି ଇରାନୀ । ଆଉ ୧୫୦ ଏପିସୋଡ୍ କରି ୨୦୦୦ ଏପିସୋଡ୍ ପୂରା କରିବାକୁ ଚାହାନ୍ତି ର୍ନିମାତା । ତେବେ ଏନେଇ ଏକ ରୋମାଚାକର ସୂଚନା ପ୍ରକାଶ କରି ଏକତା ଆହୁରି ମଧ୍ୟ କହିଛନ୍ତି କି ଆମେ ମନୋରଞ୍ଜନରେ ରାଜନୀତିକୁ ଆଣୁଛୁ । କିମ୍ବା ଜଣେ ରାଜନେତାଙ୍କୁ ମନୋରଞ୍ଜନରେ ଆଣୁଛୁ\’ । ଯାହାକି ସ୍ମୃତି ଇରାନିଙ୍କୁ ଇଙ୍ଗିତ କରାଯାଇଛି ବୋଲି ଚର୍ଚ୍ଚା ହେଉଛି ।