ପୁରୀ ରଥଯାତ୍ରା ପାଇଁ ଆଇଜି ଓ ଡିଆଇଜିଙ୍କ ସମୀକ୍ଷା
ପୁରୀ ୨୫ୟ୬ (ଡିକେ ନ୍ୟୁଜ) : ପାଖେଇ ଆସୁଛି କୋଟି ଓଡିଆଙ୍କ ମଉଡମଣି ବୋଲାଉଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା । ଆଉ କିଛି ଦିନର ଅନ୍ତ ପରେ ବଡ ଦାଣ୍ଡକୁ ବିଜେ କରିବେ ଚତୁର୍ଥା ମୁରତୀ । ଗତ ବର୍ଷ ଧରି ଖୋଭିଡ୍ କାରଣରୁ ରଥ ଯାତ୍ରା ବନ୍ଦ ଥିବା ବେଳେ ବର୍ତମାନ ଭକ୍ତଙ୍କ ଗହଣରେ ହେବାକୁ ଥିବା ରଥ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ଏନେଇ ଆଇଜି ଏବଂ ଡିଆଇଜିଙ୍କ ମଧ୍ୟରେ ସମୀକ୍ଷା ବୈଠକ ବସିଥିବା ବେଳେ ଉକ୍ତ ସମୀକ୍ଷା ବୈଠକରେ ବରିଷ୍ଠ ଫୋଲିସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।