ବୌଦ୍ଧ, ବୌଦ୍ଧ ଥାନା ହରଭଙ୍ଗା ବ୍ଳକ ଅର୍ନ୍ତଗତ ସାମ୍ପୋଚ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଦୁଇଭାଇ ଜଣେ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟାକରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସାମ୍ପୋଚ ଗ୍ରାମର ସତ୍ୟନାରାୟଣ ସ୍ୱାଇଁ ବୋଲି ଜଣାପଡିଛି। ସୂଚନା ମୁତାବାକ ଗତ ରବିବାର ରାତି ପ୍ରାୟ ୯ ଟା ସମୟରେ ସମ୍ପୋ ଗ୍ରାମର ସତ୍ୟନାରାୟଣ ସ୍ୱାଇଁଙ୍କୁ ଉକ୍ତ ଗ୍ରାମର ନିମାଇଁ ଥାଟ୍ଟି ଓ ଦୁର୍ଯ୍ୟଧନ ଥାଟ୍ଟି ଠେଙ୍ଗାରେ ପ୍ରବଳ ମାଡ ମାରିଥିଲେ। ସତ୍ୟନାରାୟଣଙ୍କୁ ପରିବାର ଲୋକ ରାତିରେ ହିଁ ବୌଦ୍ଧ ମୁଖ୍ୟ ଚକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ସତ୍ୟନାରାୟଣର ରାତିରେ ମୃତ୍ୟୁ ହୋଇଯାଇଥିଲା। ଏନେଇ ପରିବାର ଲୋକ ସୋମବାର ଦିନ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଦୁଇ ଭାଇଙ୍କୁ ଧରିବାକୁ ପୋଲିସ ଲାଗି ପଡିଥିଲେ। ଏବଂ ଦୁଇଭାଇଙ୍କ ମଧ୍ୟରୁ ନିମାଇଁକୁ ପୋଲିସ ଧରିବାରେ ସଫଳ ହୋଇଥିବା ଜଣାପଡିଛି। ଏନେଇ ବୌଦ୍ଧ ଥାନା ଅଧିକାରୀ ଶାରଦା ପ୍ରଶନ୍ନ ଦାସଙ୍କୁ ପଚାରିବାରୁ ହତ୍ୟାକାଣ୍ଡର ପ୍ରକୃତ ଘଟଣା ଜଣାପଡିନାହିଁ। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପ୍ରକାଶ କରିଥିଲେ। ହେଲେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସାଧାରଣରେ ଆଲୋଚନା ହେଉଛି।
Sign in
Sign in
Recover your password.
A password will be e-mailed to you.