ବଲାଙ୍ଗିର, ବେଆଇନ୍ ଭାବେ ଚାଲାଣ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଦାଦନ ସର୍ଦ୍ଦାରଙ୍କୁ ଗିରଫ୍ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡ଼ିିଓ ତୋଫାନ ବାଗ। ବେଲପଡ଼ା ପଟୁ ଏକ ବସ୍ ଯୋଗେ ଜଣେ ଦାଦନ ସର୍ଦ୍ଦାର ବେଆଇନ ଭାବେ ବଲାଙ୍ଗିରରୁ କଟକକୁ ଟ୍ରେନ୍ ଯୋଗେ ଶ୍ରମିକ ଚାଲାଣ କରିବା ୧୧ ଜଣ ଶ୍ରମିକଙ୍କୁ ଆଣୁଥିବା ଗତକାଲି କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଟାଉନ୍ ଆଇଆଇସି ବିଶ୍ୱଜିତ ମନବୋଧ। ଏହା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଏସ୍ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସହରର ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଟାଉନ୍ ପୋଲିସ ଚଢ଼ାଉ କରି ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ରାଢ଼ବାହାଲ ବେଲପଡ଼ାର ଦାଦନ ସର୍ଦ୍ଦାର ମାଖୁନୁ ଛତ୍ରିଆଙ୍କୁ ଗିରଫ୍ କରିଥିଲା। ଉଦ୍ଧାର ହୋଇଥିବା ଶ୍ରମିକମାନେ ତାଲପଦର ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଶ୍ରମିକ ସର୍ଦ୍ଦାରଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଶ୍ରମିକମାନଙ୍କୁ ସେମାନଙ୍କ ଗାଁକୁ ପଠାଇ ଦିଆଯାଇଥିବା ସୂଚନାରେ କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.