ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ କିଏ ସମ୍ଭାଳିବ ଦେଶର ଦାୟିତ୍ୱ ଭାର

214

ଡୁମାଣୀ ଟିଭି,୯/୪:ପାକିସ୍ତାନ ରାଜନୀତିରେ ଜାରି ରହିଛି ଛକ୍କା ପଞ୍ଝା । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରେ କିଏ ସମ୍ଭାଳିବ ଦେଶର ଦାୟିତ୍ୱ ଭାର ସେନେଇ ଚର୍ଚ୍ଚା ଜୋର୍ । ତେବେ ସବୁଠୁ ଆଗରେ ରହିଛିନ୍ତି ଶାହାବାଜ ସରିଫ । ସର୍ବାଧିକ ଚର୍ଚ୍ଚିତ ବିରୋଧୀ ଦଳର ନେତା । ଆଶା କରାଯାଉଛି ଯେ ଯଦି ଖାନଙ୍କ ବିରୋଧରେ ବହୁମତ ନମିଳିଲେ, ତେବେ ସରିଫ ତାଙ୍କ ସ୍ଥାନ ନେବେ ।

ରବିବାର ଦିନ ଡେପୁଟି ସ୍ପିକର ଖାନଙ୍କ ବିରୋଧରେ ଆବିଶ୍ୱାସ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ ଅସାମ୍ବିଧାନିକ ଘୋଷଣା କରିଥିଲେ ।
ଶାହଓ୍ୱାଜ ସରିଫ କିଏ?
ଶାହାବାଜ ସରିଫ । ବୟସ ୭୦ । ପାକିସ୍ତାନର ତିନିଥର ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନଭାଇ । ପ୍ରଶାସନିକ ସ୍ତରରେ ତାଙ୍କର ଅନନ୍ୟ କାର୍ଯ୍ୟ ପାଇଁ ସେ ଜଣାଶୁଣା । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ସରିଫ ଅନେକ ବଡ ଭିତ୍ତିଭୂମି ପ୍ରକଳ୍ପର ଯୋଜନା କରିଥିଲେ । ଯାହାକୁ ବାସ୍ତବ ରୂପ ଦେଇଥିଲେ । ଲାହୋରରେ ଅବସ୍ଥିତ ପାକିସ୍ତାନର ପ୍ରଥମ ଆଧୁନିକ ପରିବହନ ବ୍ୟବସ୍ଥା ଏଥିରେ ଅନ୍ତର୍ଭୁକ୍ତ । ବିଶେଷ କଥା ହେଉଛି ତାଙ୍କ ଭାଇ ନୱାଜଙ୍କ ପରି ଶାହବାଜ ମଧ୍ୟ ସେନା ସହିତ ଭଲ ସମ୍ପର୍କ ରଖିଥିବା ଜଣା ପଡିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନଙ୍କ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଅପେକ୍ଷା ସରିଫ ରାଜନୈତିକ ବଂଶର ପ୍ରବୃତ୍ତି ଭାରତ ପ୍ରତି ଅଧିକ ସକରାତ୍ମକ ଅଟେ । ସରିଫ ଲାହୋରରେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଯାହା ବ୍ୟବସାୟ ସହ ଜଡିତ ଥିଲା । ପାକିସ୍ତାନରେ ଶିକ୍ଷା ଲାଭ କରିଥିଲେ ସେ । ଅଧ୍ୟୟନ ପରେ, ସେ ପାରିବାରିକ ବ୍ୟବସାୟର ଏକ ଅଂଶ ହୋଇଗଲେ । ପାକିସ୍ତାନରେ ଏକ ଇସ୍ପାତ କମ୍ପାନୀର ମାଲିକ ହୋଇଥିଲେ ।

Leave A Reply

Your email address will not be published.