ବଡ ସଫଳତା ମିଳିଲା କ୍ୟାନସର ଭଳି ରୋଗର ଚିକିତ୍ସା

493

ଡୁମାଣୀ ଟିଭି ,୨୯/୩ : ଇସ୍ରାଏମ ନେତୃତ୍ୱାଧୀନ ଏନ ରିସର୍ଚ୍ଚ ଟିମ୍ ଟାର୍ଗେଟ ମେଡିସିନ୍ ଓ ଇମ୍ୟୁନୋଥେରାପି ବ୍ୟବହାର କରି ମୁଣ୍ଡ ଓ ବେକ କ୍ୟାନ୍ସର ପାଇଁ ସମ୍ଭାଭିତ ଏକ ନୂଆ ଚିକିତ୍ସା ପ୍ରସ୍ତୁତ କରିଛନ୍ତି । ଦକ୍ଷିଣୀ ଇସ୍ରାଏଲରେ ବେନ ଗୁରିୟନ ବିଶ୍ୱବିଦ୍ୟାଳୟ ବା ବିଜିୟୁ ଏହାର ଘୋଷଣା କରିଛି ।
ଅନୁସାରେ, ରବିବାର ଦିନ ଜର୍ନାଲ ଫର ଇମ୍ୟୁନୋଥେରାପି ଅଫ୍ କ୍ୟାନ୍ସରରେ ଇସ୍ରାଏଲ, ଚୀନ୍, ଫ୍ରାନ୍ସ, ଜର୍ମାନ ଓ ଆମେରିକୀୟ ଅନୁସନ୍ଧାନକାରୀଙ୍କ ଦ୍ୱାରା ଏହାର ରେଜଲ୍ଟ ପ୍ରକାଶ ପାଇଛି । ପ୍ରି-କ୍ଲିନିକାଲ୍ ଅଧ୍ୟୟନ ମାଧ୍ୟମରେ, ଗବେଷକମାନେ ଟ୍ରାମେଟିନିବର ଏକ ନୂଆ ଚିକିତ୍ସା କମ୍ବିନେସନ୍ ପାଇଛନ୍ତି, ଯାହାକି କ୍ୟାନ୍ସରର ଏକ ଔଷଧ । ଏହା ଏକ ପ୍ରକାରର ହ୍ୱାଇଟ୍ ବ୍ଲଡ ସେଲ୍ସକୁ କ୍ୟାନ୍ସର ସ୍ଥାନକୁ ଆଣିଥାଏ ଓ ଆଣ୍ଟି ପିଡି-୧ ଏକ ଇମ୍ୟୁନୋଥେରାପି ଯାହାକି ସିଧା କ୍ୟାନ୍ସର ସେଲ୍ସକୁ ମାରିନଥାଏ ବରଂ ଏହାକୁ ବ୍ଲକ କରିଥାଏ ।
ଅଧ୍ୟୟନର ସମ୍ବାଦଦାତା ଲେଖକ ମୋଶୋ ଏଲ୍କାବେଟ୍ସ ବିଜିୟୁ ବିବୃତ୍ତିରେ କହିଛନ୍ତି ଯେ, “ଆମେ ସମ୍ପୂର୍ଣ୍ଣ ଆଶା କରୁଛୁ ଯେ ଅଙ୍କୋଲୋଜିଷ୍ଟ ଏଚଏନସି ରୋଗୀମାନଙ୍କଠାରେ ଏହି ଚିକିତ୍ସା କମ୍ବିନେସନର ପରୀକ୍ଷା କରିବେ, କାରଣ ଇମ୍ୟୁନୋଥେରାପି ଫଳପ୍ରଦତା ବୃଦ୍ଧି କରିପାରିବ ଏବଂ କ୍ୟାନ୍ସର ରୋଗୀଙ୍କ ବଞ୍ଚିବାରେ ସାହାଯ୍ୟ କରିବ ।’

Leave A Reply

Your email address will not be published.