ଭୁବନେଶ୍ୱର, ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବାସ୍ତୁ ଦୋଷ ଦୂର କରିବା ସହ ଏବଂ ସନ୍ତାନ ପ୍ରାପ୍ତି। ଏଭଳି କଥାରେ ଅରାଜି ହେବାରୁ ମହିଳାଙ୍କୁ ଜ୍ୟୋତିଷ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ମାମଲାରେ ଜ୍ୟୋତିଷଙ୍କୁ ଗିରଫ କରିଛି ନୟାପଲୀ ଥାନା ପୋଲିସ। ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ଜ୍ୟୋତିଷ ନୀଳାମ୍ବରଙ୍କୁ ଶୁକ୍ରବାର ଗିରଫ କରିଛି ପୋଲିସ। ଗରିବ ଥିଲେ ଧନ ପ୍ରାପ୍ତି, ନିଃସନ୍ତାନ ଥିଲେ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଉଥିଲା ସଂପୃକ୍ତ ଜ୍ୟୋତିଷ। ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରି ନିଜକୁ ଜ୍ୟୋତିଷ ବୋଲି କହି ଶତାଧିକ ମହିଳାଙ୍କୁ ଠକୁଥିଲା ଜ୍ୟୋତିଷ ନୀଳାମ୍ବର ପାଣି। ଡିସେମ୍ବର ୯ ତାରିଖରେ ଜଣେ ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ମହିଳା ଜଣଙ୍କ ଜ୍ୟୋତିଷଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଏହି ଜ୍ୟୋତିଷଙ୍କ ଦ୍ୱାରା ଯଦି କୌଣସି ମହିଳା ଏଭଳି ଠକେଇର ଶିକାର ହୋଇଥାନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନାକୁ ଯାଇ ଅଭିଯୋଗ କରନ୍ତୁ ବୋଲି ପୋଲିସ କହିଛି।
Sign in
Sign in
Recover your password.
A password will be e-mailed to you.