ବନ୍ୟା ଘେରରେ ଆସାମ, ଏବେ ସୁଦ୍ଧା ଗଲାଣି ୧୪୩ ଜୀବନ
ବନ୍ୟା ଘେରରେ ଲକ୍ଷ ଲକ୍ଷ ଲୋକ । ଆସାମରେ ବର୍ତମାନ ବନ୍ୟାର ସ୍ଥିତି କମିଥିଲେ ମଧ୍ୟ ଏପର୍ଯ୍ୟନ୍ତ କମିନି ଲୋକଙ୍କ ଦୁର୍ଦ୍ଦଶା । ଏବେ ସୁଦ୍ଧା ବନ୍ୟା କାରଣରୁ ୧୩୪ ଜଣ ଲୋକଙ୍କ ଜୀବନ ଯାଇସାରିଲାଣି । ରାଜ୍ୟ ପରିଚାଳନା ଅଧିକାରୀଙ୍କ ସୂଚନା ଅନୁସାରେ ସୋମବାର ୮ ଜଣଙ୍କ ମୃତ୍ୟୁ ହୋଇଛି । ୨୧ ଲକ୍ଷ ରୁ ଅଧିକ ଲୋକ ଏବେବି ବନ୍ୟା ଘେରରେ ଅଛନ୍ତି । ଅନ୍ୟ ପକ୍ଷରେ ସରକାର ବନ୍ୟା ପ୍ରପିଡିତ ଲୋକଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ବାୟୁସେନା ମାଧ୍ୟମରେ ଆକାଶ ମାର୍ଗରୁ ଲୋକମାନଙ୍କୁ କାଦ୍ୟ ପୁଡିଆ ସହିତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି । ସେହିପରି ଆଗରୁ ୧୮ ଜିଲ୍ଲା ଜଳ ସ୍ତର ମଧ୍ୟରେ ରହିଥିବା ବେଳେ ବର୍ତମାନ ୨୨ ଜିଲ୍ଲା ବନ୍ୟାରେ ପ୍ରଭାବିତ ଅଛନ୍ତି । ଖବର ମୁତାବକ ଅଧିକାଂଶ ନଦୀରେ ଜଳ ସ୍ତର କମିଛି, ସେଗୁଡିକ ମଧ୍ୟରେ ନଗାଓଁ, କଛାରରେ ବାରାକ ଏବଂ କୁସିୟାରାରେ କିଛି ମାତ୍ରାରେ ପାଣି କମିଛି । ଏହି ବନ୍ୟା ଯୋଗୁଁ ଆସାମ ର ୭୪ ହଜାର ୬୫୫ ହେକ୍ଟର ଫସଲ କ୍ଷତି ଗ୍ରସ୍ତ ହୋଇଛି । ଏଥି ସହିତ ୧୩୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ହଜାର ୭ ଶହ ୭୪ ପଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି ।