ବଲିଉଡ୍ରୁ ବିରତି ନେବେ ଆମିର ଖାନ୍ !
ବଲିଉଡ୍ ରୁ ବିରତି ନେବେ ଆମିର ଖାନ୍ ! ବଲିଉଡ୍ ଅଭିନେତା ଆମିର ଖାନ୍ ଏବେ ଅଭିନୟରୁ ବିରତି ନେବାକୁ ଘୋଷଣା କରିଛନ୍ତି।ସେ ତାଙ୍କ ମା’ ଓ ପିଲାମାନଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଅଭିନୟରୁ କିଛି ଦିନ ପାଇଁ ବିରତି ନେବେ। ଆମିର ଖାନ୍ ‘ଲାଲ୍ ସିଂହ ଚଡ୍ଢା’ ପରେ ତାଙ୍କର ନୂଆ ପ୍ରୋଜେକ୍ଟ ‘ଚାମ୍ପିଅନ୍ସ’କୁ ନେଇ ଚର୍ଚ୍ଚା ଜୋର ରହିଛି। ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଛନ୍ତି ହେଲେ ଏହାକୁ ତାଙ୍କ ପ୍ରଡକ୍ସନରେ ନିର୍ମାଣ କରାଯିବ । ଆମୀର କହିଛନ୍ତି, “ମତେ ଏକ ବିରତି ଦରକାର। ମୋ ପରିବାର ସହିତ, ମା’ଙ୍କ ସହିତ, ମୋ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଚାହୁଁଛି।” ତେବେ ଦୀର୍ଘ ୩ ଦଶନ୍ଧିରୁ ଅଧିକ ଦିନର କ୍ୟାରିୟରରେ ସେ ପ୍ରଥମ ଥର ପାଇଁ ଅଭିନୟରୁ ବିରତି ନେଉଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେ, “ମୁଁ ଅନୁଭବ କରୁଛି ଯେ ମୁଁ ୩୫ ବର୍ଷ ଧରି କାମ କରୁଛି ଏବଂ ମୁଁ ଏକାଗ୍ରତା ସହିତ ମୋର କାମ ଉପରେ ଧ୍ୟାନ ଦେଇଛି।” କରୀନା କପୁର ଖାନଙ୍କ ବିପକ୍ଷରେ ଫିଲ୍ମ ‘ଲାଲ୍ ସିଂହ ଚଡ୍ଢା’ରେ ଆମୀର ଖାନଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି ଟମ୍ ହ୍ୟାଙ୍କସଙ୍କ ‘ଫରେଷ୍ଟ ଗମ୍ପ୍’ର ଅଫିସିଆଲ୍ ହିନ୍ଦୀ ରିମେକ୍ ଥିଲା। ଏହି ଚଳଚ୍ଚିତ୍ର ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଥିଲା।