ଭୁବନେଶ୍ୱର : ବିଜୁ ଜନତା ଦଳର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏକ ପ୍ରେସ ବାର୍ତ୍ତା ଯୋଗେ ଦଳ ତରଫରୁ ଏହି ସୂଚନା ଦିଆଯାଇଛି । ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁରର ଦୁଇ ଥରର ବିଧାୟକ । ସେ ପୂର୍ବତନ ମନ୍ତ୍ରୀ ମଧ୍ୟ । ଦଳ ପକ୍ଷରୁ ରବିବାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରଦୀପଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ସୂଚନା ଦିଆଯାଇଛି । ବିଭିନ୍ନ ଲୋକ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଇଏଫଏସ ଅଭୟ ପାଠକଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ପ୍ରଦୀପ । କାରଣ ପ୍ରଦୀପଙ୍କ ଝିଅ ଅଭୟଙ୍କ ପୁଅ ଆକାଶଙ୍କୁ ବିବାହ କରିଥାନ୍ତେ । ଏବେ ଉଭୟ ଅଭୟ ଓ ଆକାଶ ବେଆଇନ ଭାବେ ସମ୍ପତ୍ତି ଠୁଳ ମାମଲାରେ ଜେଲରେ ଅଛନ୍ତି ।ଏତତ୍ ବ୍ୟତୀତ ଅନେକ ଜନ ବିରୋଧୀ କାର୍ଯ୍ୟକଳାପରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ଆସିଥିଲା । ସୂଚନାଯୋଗ୍ୟ, ଆଇଏଫ୍ଏସ୍ ଅଭୟକାନ୍ତ ଏବଂ ପୁଅ ଆକାଶ ଏବେ ଚାରି କାନ୍ଥ ଭିତରେ ଦିନ କାଟୁଛନ୍ତି। ମୂଳରୁ ଚେର ଯାଏଁ ଖୋଳତାଡ଼ ଆରମ୍ଭ କରୁଛି ଭିଜିଲାନ୍ସ। ଏହି ଘଟଣାରେ ଅଭୟଙ୍କ ସହ ଯେଉଁମାନଙ୍କ ଲିଙ୍କ୍ ରହିଛି, ସେମାନଙ୍କୁ ନୋଟିସ୍ ଯିବ। ବ୍ୟାଙ୍କ କର୍ମଚାରୀ, ବନ ବିଭାଗର କର୍ମଚାରୀ ଏବଂ ସଂପର୍କୀୟଙ୍କୁ ନୋଟିସ୍ ଦିଆଯିବ। ଯେଉଁମାନେ ଅଭୟଙ୍କ ସହ ଲିଙ୍କ୍ ରଖିଛନ୍ତି ବା ତାଙ୍କ କଳା ସାମ୍ରାଜ୍ୟ ବଢ଼ାଇବାରେ ସହଯୋଗ କରିଛନ୍ତି, ସମସ୍ତଙ୍କୁ ନୋଟିସ୍ କରିବ କ୍ରାଇମବ୍ରାଞ୍ଚ। ତେବେ ଜନ ବିରୋଧି କାର୍ଯ୍ୟ ଅଭିଯୋଗରେ ପ୍ରଦୀପଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିିମୋ । ଏହା ଇତିହାସରେ ପ୍ରଥମ । ଏହାକୁ ବିଜେଡି ତରଫରୁ ବିରଳ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ ଜଣେ ସିଟିଂ ଏମଏଲଏଙ୍କୁ ଜନ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଛି
Sign in
Sign in
Recover your password.
A password will be e-mailed to you.