ଭୁବନେଶ୍ୱର, : ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବାକୁ ବିଜେପି ସରକାର ବଦ୍ଧ ପରିକର । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ଉପରୁ ଆସ୍ଥା ହରାଇ ଶୁକ୍ରବରେ ଉଦଳା ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀମତୀ ବିଶ୍ୱାଳଙ୍କ ସମେତ ପଞ୍ଚୟତ ସମିତି ସଦସ୍ୟା ମାଳତି ଟୁଡୁ, ପୂର୍ବତନ ଜିଲ୍ଲା ପରିଷଦ ଉଦଳା ଲକ୍ଷ୍ମୀଧର ମୁର୍ମୁ, ଶତ୍ରୁଘ୍ନ ବିଶ୍ୱାଳ, ଡମ୍ବୁରୁଧର ବିଶ୍ୱାଳ, ରୋହିଦାଶ ଟୁଡୁ, ଯୋଗେନ୍ଦ୍ର ଖଡିକା, ଶ୍ରୀଧର ଖଉଡେଇ, ଗୋପିନାଥ ପ୍ରଧାନ, ଶ୍ରୀକାନ୍ଥ ନାଏକ, ରାମ ଚରନ ପାନିଆଲ୍, ହରିଶ୍ ଚନ୍ଦ୍ର ନାଏକ, ସୁଶାନ୍ତ କୁମାର ବରଶାଲିଆ, ପ୍ରଶନ୍ନ ପାନିଆଲିଆ, ଗୋବିନ୍ଦ ରଣସିଆ, ହରେକୃଷ୍ଣ ବିଶ୍ୱାଳ ଶୁକ୍ରବାର ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ଉଦଳା ବିଧାୟକ ଭାଷ୍କର ମଢେଇ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ପ୍ରବକ୍ତା ବ୍ରଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.