ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ପୂର୍ବରୁ ବସିବ

641

sharethis sharing button

 

ଭୁବନେଶ୍ୱର :  ବିଧାନସଭାର ଶୀତକାଳୀନ ଅଧିବେଶନ ଖୁବଶୀଘ୍ର ବସିବ । ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ପୂର୍ବରୁ ବସିବ । ଏ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ। ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବାର ବ୍ୟବସ୍ଥା ରହିଛି। ତୃତୀୟ ଓ ଚତୁର୍ଥ  ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଛି। ଡିସେମ୍ବର ପୂର୍ବରୁ ଆଉ ୪୦ ଦିନର ବସିବାକୁ ବାକି ରହିଛି। କେବେ ବସିବ ଓ କଣ ରହିବ ରୂପରେଖ,  ସେନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି କହିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.