ରାୟଗଡ଼ା : ରାୟଗଡ଼ା ପୋଲିସ ପକ୍ଷରୁ ବିପୁଳ ମାତ୍ରାର ଗୁଟୁକା ଜବତ। ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇଁ ଏସ ଆଇ ଶିବ ଶଙ୍କର ସାହୁ, ମାନସ ରଞ୍ଜନ ସାହୁ ଓ ଜୟସ୍ମିତା ବେହେରା ସାଇପ୍ରିୟା ନଗର ଅଞ୍ଚଳର ତିନିଟି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ଯାପକ ପରିମାଣ ର ଗୁଟଖା ଜବତ କରାଯାଇଛି। ଆଉ ଏହି ଗୁଟଖା କାରବାରର କିଙ୍ଗପିନ୍ ଆଇ.ରବି କୁମାର କୁ ପୁଲିସ ଗିରଫ୍ କରି ଅଧିକ ପଚରାଉଚରା କରୁଛି। ଜବତ ହୋଇଥିବା ଗୁଟଖାର ବଜାର ମୂଲ୍ଯ ପ୍ରାୟ 25 ଲକ୍ଷ ଟଙ୍କା ହେବ ବୋଲି ରାୟଗଡା ଏସପି ଶର୍ବଣା ବିବେକ ଏମ ସୂଚନା ଦେଇଛନ୍ତି। ତେବେ ଏହି ଗୁଟଖା କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ତାର ଖୋଳତାଢ ଆରମ୍ଭ କରି ଛି ଟାଉନ୍ ପୁଲିସ। କିଛିଦିନ ତଳେ ମଧ୍ୟ କିଙ୍ଗପିନ ବୋଲାଉ ଥିବା ଆଇ ରବି କୁମାର ଗୁଟୁକା ଚୋରା ଚାଲାଣ ନେଇ ରାୟଗଡା ପୋଲିସ ଦ୍ୱାରା କୋର୍ଟ ଚାଲାଣ କରାଯାଇଥିଲା।ଅଲ୍ପ ବ୍ୟବଧାନ ରେ ପୁଣି ଲକ୍ଷ ଲକ୍ଷ ଟଙ୍କାର ଗୁଟୁକା ଚାଳନ ହେବା ଅସ୍ଚର୍ୟ୍ଯ। କୋଭିଡ କୋଟକଣା ସମୟରେ କୋଟି କୋଟି ଟଙ୍କାର ଗୁଟୁକା ବ୍ୟବଷୟ କରିଥିଲେ, ପାଞ୍ଚ ଟଙ୍କା ର ଗୁଟୁକା ଦଶ ରୁ ପନ୍ଦର ଟଙ୍କା ପର୍ଯ୍ୟନ୍ତ ଉଚା ଦରରେ ବିକ୍ରି କରୁଥିଲେ, ଏହିରେ ଗୁଟୁକା ବେପାରୀ ମାଲାମାଲ ହେଇଥିବା ଚର୍ଚ୍ଚା, ଅଧିକ ମୁନାଫା କମେଇ ବା ପାଇଁ ଏମାନେ, ଆନ୍ଧ୍ରପ୍ରଦେଶ ର ଅନେକ ସ୍ଥାନରେ ଖୁଲାମଖୁଲା ପଠାଉଥିବା ନଜର କୁ ଆସିଥିବା ଅନେକ ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚା ଏହି ଗୁଟୁକା ଚୋରା ଚାଲାଣ ରେ ଅନେକ ସରକାରୀ କର୍ମଚାରୀ ମାନେ ସମ୍ପୃକ୍ତ ଥିବା ଚର୍ଚ୍ଚା
Sign in
Sign in
Recover your password.
A password will be e-mailed to you.