ଡୁମାଣୀ ଟିଭି ,୨୪/୩ : ମାର୍ଚ୍ଚ ୨୫ରେ ଏସ୍ ରାଜାମୌଲିଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜଜଜ’ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଏହି ଫିଲ୍ମ ପାଇଁ ଲୋକମାନେ ବହୁତ ସମୟ ଅପେକ୍ଷା କରିଛନ୍ତି । ହେଲେ ମହାମାରୀ କରୋନା ହେତୁ ଫିଲ୍ମର ରିଲିଜ୍ ଅନେକ ଥର ସ୍ଥଗିତ ରଖାଯାଇଛି। କିନ୍ତୁ ଜୁନିୟ ଏନ୍ଟିଆର ଏବଂ ରାମ ଚରଣ ତେଜାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପ୍ରସ୍ତୁତ। ହେଲେ ରିଲିଜ୍ ପୂର୍ବ ଫିଲ୍ମକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି।
ବାସ୍ତବରେ ଏହି ଚଳଚ୍ଚିତ୍ରଟି ଅନେକ ଭାଷାରେ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା କନ୍ନଡ ଭାଷାରେ ରିଲିଜ୍ ହୋଇନଥିବା ନେଇ ଜଣାପଡିଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଲୋକଙ୍କ ଭିତରେ ରାଗ ପଶି ଯାଇଛି । ଫିଲ୍ମକୁ ବୟକଟ୍ କରିବା ନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି । ଲୋକମାନେ ଟ୍ୱିଟରରେ #BoycottRRRinKarnataka ଟ୍ରେଣ୍ଡ କରି ଏହି ଚଳଚ୍ଚିତ୍ର ନ ଦେଖିବା ବିଷୟରେ କହୁଛନ୍ତି । ଲୋକଙ୍କ କିହିବା ଅନୁଯାୟୀ ଏହି ଚଳଚ୍ଚିତ୍ରଟି କନ୍ନଡ ଭାଷାରେ ମଧ୍ୟ ରିଲିଜ୍ ହେବା ଉଚିତ୍ । କିଛି ଲୋକ ଫିଲ୍ମ ଉପରେ ଅସନ୍ତୋଷ ଦେଖାଉଥିବା ବେଳେ ସେହି ସମୟରେ କିଛି ଲୋକ ଫିଲ୍ମର କାଷ୍ଟ ଏବଂ ଦଳକୁ ସମର୍ଥନ ମଧ୍ୟ କରୁଛନ୍ତି ।
ଜଣେ ୟୁଜର୍ସ ଟ୍ୱିଟରରେ ଲେଖିଛନ୍ତି, ଆମେ RRR ଦେଖିବା ନାହିଁ । ଏହା ତେଲୁଗୁ ରାଜ୍ୟ ନୁହେଁ, ଏହା କର୍ଣ୍ଣାଟକ । ବ୍ୟବସାୟ ଅପେକ୍ଷା ସମ୍ମାନ ଅଧିକ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ଜଣେ କହିଛନ୍ତି -ଫିଲ୍ମର ନିର୍ମାତାଙ୍କୁ ପ୍ରତିଶୃତି ଭଙ୍ଗ କରିଥିବାର ଅଭିଯୋଗ କରିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ କର୍ଣ୍ଣାଟକରେ ଜଜଜ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସମୟ ଆସିଛି। ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଦୁଇ ଭାରତୀୟ ବିପ୍ଳବୀ, ଆଲୁରି ସୀତାରାମ ରାଜୁ ଏବଂ କୋମରାମ ଭୀମଙ୍କ କାହାଣୀ ଉପରେ ଆଧାରିତ । ଏହି କାହାଣୀ ବ୍ରିଟିଶ ଶାସନ କାଳର। ଚର୍ଚ୍ଚିତ ଫିଲ୍ମଟି ରିଲିଜ ହେବାର ଦୁଇ ଦିନ ପୂର୍ବରୁ ବିବାଦ ଆରମ୍ଭ ହୋଇଯାଇଛି ।
