ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

139

ନୂଆଦିଲ୍ଲୀ,୧ା୧୧: ବ୍ରହ୍ମୋସ ମିସାଇଲରସଫଳ ପରୀକ୍ଷଣ । ବଙ୍ଗୋପ ସାଗରଉପକୂଳରେ ଭାରତୀୟ ନୌସେନା ପକ୍ଷରୁବ୍ରହ୍ମୋସର ପରୀକ୍ଷଣ କରାଯାଇଛି ।
ଭାରତୀୟ ନୌସୈନାର ଇଷ୍ଟର୍ଣ୍ଣ କମାଣ୍ଡପକ୍ଷରୁ ଯୁଦ୍ଧ ଜାହାଜରୁ ଏହି ପରୀକ୍ଷଣକରାଯାଇଛି । ଭାରତ ମହାସାଗରରେଶତ୍ରୁପକ୍ଷ ଜାହାଜକୁ ମାତ ଦେବାକୁ ଭାରତୀୟ
ନୌସେନା ପକ୍ଷରୁ ଏହି ଅଭ୍ୟାସକରାଯାଇଥିଲା । ଏଥିରେ ବ୍ରହ୍ମୋସମିସାଇଲର ଉନ୍ନତତର ସଂସ୍କରଣରପରୀକ୍ଷଣ କରାଯାଇଥିଲା । ବ୍ରହ୍ମୋସମିସାଇଲ ତୁଳନାରେ ଏହାର ଉନ୍ନତତର
ସଂସ୍କରଣ ଅଧିକ ଘାତକ ଏବଂ ଶକ୍ତିସମ୍ପନ୍ନ ।ବ୍ରହ୍ମୋସ ହେଉଛି ସୁପରସୋନିକ୍ କ୍ରୁଜମିସାଇଲ । ଭାରତ ଓ ରୁଷିଆସହଭାଗିତାରେ ଏହି ମିସାଇଲର ପ୍ରସ୍ତୁତକରାଯାଇଛି । ଏହାକୁ ଯୁଦ୍ଧପୋତ, ଜାହାଜ,ଫାଇଟର ଜେଟ୍ ଏବଂ ସ୍ଥଳଭାଗରୁଶତ୍ରୁପକ୍ଷକୁ ଟାର୍ଗେଟ କରାଯାଇପାରିବ । ଶବ୍ଦବେଗର ପ୍ରାୟ ୩ ଗୁଣା ଅଧିକ ବେଗରେଟାର୍ଗେଟକୁ ଧ୍ୱଂସ କରିବାର କ୍ଷମତା ରଖିଛିବ୍ରହ୍ମୋସ ମିସାଇଲ । ଭାରତ ଏହିମିସାଇଇଲକୁ ଫିଲିପିନ୍ସ ସହ ଅନ୍ୟ କିଛିଦେଶକୁ ମଧ୍ୟ ରପ୍ତାନୀ କରୁଛି ।

Leave A Reply

Your email address will not be published.