ଭାଇରାଲ ମୋନାଲିସାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କଲେ କଙ୍ଗନା

Kangana praised the beauty of Viral Mona Lisa

76

ନୂଆଦିଲ୍ଲୀ, : ପ୍ରୟାଗରାଜର ମହାକୁମ୍ଭକୁ ପରିବାର ସହିତ ମାଳା ବିକ୍ରି କରିବାକୁ ଆସିଥିବା ମୋନାଲିସା ସୋସିଆଲ
ମିଡିଆରେ ଭାଇରାଲ ହେବାଦିନ ଠାରୁ ଚର୍ଚ୍ଚାର ପରିସରରେ ରହିଛନ୍ତି । ମହାକୁମ୍ଭ ୨୦୨୫କୁ ପରିବାର ସହିତ ମାଳା ବିକ୍ରି କରିବାକୁ ଆସିଥିବା ମୋନାଲିସା ମଧ୍ୟପ୍ରଦେଶର ଇନେ୍ଦାରରେ ବସବାସ କରନ୍ତି । ସେ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ଭାଇରାଲ ହେବାପରେ ମୋନାଲିସାଙ୍କୁ କୁମ୍ଭମେଳାରେ ଲୋକେ ହଇରାଣ କରିବା ଆରମ୍ଭ କରି ଦେଇଥିଲେ । ଯେଉଁଥିପାଇଁ ସେ ନିଜର ସୁରକ୍ଷା ତଥା ପରିବାର ଲୋକଙ୍କ ମାଳା ବ୍ୟବସାୟରେ ହେଉଥିବା କ୍ଷତିକୁ ଦେଖି ନିଜ ଗାଁକୁ ଫେରି ଯାଇଛନ୍ତି । ସମ୍ପ୍ରତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ମୋନାଲିସାଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ପୋଷ୍ଟରେ କଙ୍ଗନା ଲେଖିଛନ୍ତି, “ଏହି ବାଳିକା ଜଣକ ତାଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛନ୍ତି । ଉକ୍ତ ବାଳିକାଙ୍କ ଫଟୋ ଓ ଭିଡିଓ ଉଠାଇବା ପାଇଁ ଲୋକେ ତାଙ୍କୁ ଯେଭଳି ଭାବେ ହଇରାଣ କରିଥିଲେ ତାହା ଦେଖି ମୋତେ ଆଦୌ ଭଲ ଲାଗି ନଥିଲା । ଏହି କ୍ରମରେ ମୋ ମନରେ ଆଉ ଏକ କଥା ଉଙ୍କି ମାରିଛି କି ଗ୍ଲାମର ଦୁନିଆରେ ଡାର୍କ ଓ ଡସ୍କି ଭାରତୀୟ ଟୋନର ମହିଳା ଅଛନ୍ତି କି? କ’ଣ ଦର୍ଶକ ଆଜିକାଲିର ଅଭିନେତ୍ରୀଙ୍କୁ ସେମିତି ଭଲ ପାଇବା ଦେଉଛନ୍ତି କି? ଯେମିତି କି ସେମାନେ କାଜୋଲ, ଅନୁ ଅଗ୍ରୱାଲ, ବିପାଶା, ଦୀପିକା, ପ୍ରିୟଙ୍କା ଓ ରାଣୀ ମୁଖାର୍ଜୀଙ୍କୁ ଦେଉଥିଲେ । ଏବେ ସମସ୍ତ ଅଭିନେତ୍ରୀଙ୍କ ଚେହେରାର ରଙ୍ଗ ସଫା କହିଲେ ଚଳେ । ଲୋକେ ମନୋଲିସାଙ୍କୁ ଗୋଟିଏ ଝଲକରେ ଏତେମାତ୍ରାରେ ଭଲ ପାଇବା ଦେଇଛନ୍ତି ଯାହା କଳ୍ପନା ବାହାରେ । ଏହା ତୁଳନାରେ ଇଣ୍ଡଷ୍ଟ୍ରିକୁ ନୂଆ ଆସିଥିବା ଅଭିନେତ୍ରୀଙ୍କୁ କାହିଁକି ଦର୍ଶକ ସେମିତି ଭଲ ପାଇବା ଦେଇ ପାରୁ ନାହାନ୍ତି ।

Leave A Reply

Your email address will not be published.