ଭୁବନେଶ୍ୱର/ପୁରୀ,୩/୧/୨୦୨୫: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତି ବିମାନ ବନ୍ଦର ପହଞ୍ଚିଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ବିମାନ ବନ୍ଦରର ନୂଆ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ-ମୁଖମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂହ ଦେଓ । ସେହିପରି ଦାୟିତ୍ୱ ଗ୍ରହଣ ପୂର୍ବରୁ ନବ ନିଯୁକ୍ତ ରାଜ୍ୟପାଳ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ କରିଛନ୍ତି । ଶୁକ୍ରବାର ରାଜ୍ୟର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ଡ. ହରିବାବୁ କମ୍ଭମ୍ ପତି । ନବନିଯୁକ୍ତ ରାଜ୍ୟପାଳ କମ୍ଭମ୍ ପତି ଗୁରୁବାର ପୁରୀ ରାଜଭବନରେ ପହଞ୍ଚିଥିଲେ । ନବନିଯୁକ୍ତ ରାଜ୍ୟପାଳ ପୁରୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପୁରୀସ୍ଥିତ ରାଜଭବନରେ ତାଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ବିନୀତ ଅଗ୍ରୱାଲ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ରାଜ୍ୟପାଳଙ୍କ କଣ୍ଟ୍ରୋଲର ନିତ୍ୟାନନ୍ଦ ବାରିକ ପ୍ରମୁଖ ନବ ନିଯୁକ୍ତ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ନବନିଯୁକ୍ତ ରାଜ୍ୟପାଳ ଓ ତାଙ୍କ ପରିବାରର ସଦସ୍ୟମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନପରେ ଗଣମାଧ୍ୟମକୁ ସୂଚନା ଦେଇ ନବ ନିଯୁକ୍ତ ରାଜ୍ୟପାଳ କହିଥିଲେ ଯେ ଶପଥ ନେବା ପୂର୍ବରୁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କର ବିକାଶ, ସୁଖ ଓ ସମୃଦ୍ଧି କାମନା କରିଛନ୍ତି
Sign in
Sign in
Recover your password.
A password will be e-mailed to you.