ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ

655

ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ

ପୁରୀ : ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ। ମହାପ୍ରଭୁଙ୍କୁ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଛି। ବେଶ ସମ୍ପନ୍ନ ହୋଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଶେଷ ହେଲା ବେଶ। ଦୁର୍ଲ୍ଲଭ ବେଶରେ ଜଗାବଳିଆ ସଜ୍ଜିତ ହୋଇଛନ୍ତି। ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ସଜେଇ ହୋଇଛନ୍ତି ବୀର ବେଶରେ। ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ମଉଡ଼ମଣୀ। ଦୁଇ ଠାକୁରଙ୍କ ମସ୍ତକରେ ଶୋଭିତ ହେଉଛି ହାଣ୍ଡିଆ। ଢେଣୁ, ଶିଙ୍ଗା, ତୁଣୀର, ବାଘନଖ ଓ ଖଣ୍ଡା ଆଦି ମହାପ୍ରଭୁ ଧାରଣ କରିଛନ୍ତି। ସେବାୟତଙ୍କ ସଂଖ୍ୟା ଓ ସୁନା ମଣତି ନେଇ ବିଳମ୍ବ ହୋଇଥିଲା ମହାପ୍ରଭୁଙ୍କ ବେଶ। ଆଲୋଚନା ପରେ ସାମାନ୍ୟ ବିଳମ୍ବରେ ଶେଷ ହୋଇଛି ମହାପ୍ରଭୁଙ୍କ ବେଶ। ସହଯୋଗ ପାଇଁ ସମସ୍ତଙ୍କୁ ହୃଦୟରୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଛନ୍ତି। ମାତ୍ର ଚଳିତ ବର୍ଷ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି । କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଖିରେ ଭରି ଯାଇଛି ଅଶ୍ରୁ। କେବଳ ହୃଦୟରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସମସ୍ତ ଦୁଃଖ ଦୂର ପାଇଁ ସଭିଏଁ କାମନା କରୁଛନ୍ତି।

Leave A Reply

Your email address will not be published.