ମାଲକାନଗିରି : ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲ ସିଆରପିଏଫ୍ କୋବ୍ରା ଉପରକୁ ଆଇଡି ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍ ହୋଇଥିବା ବେଳେ ୧୦ଜଣ ସିଆରପିଏଫ୍ ଯବାନ୍ ଆହତ ହୋଇଥିବା ଜଣା ପଡ଼ିଛି । ସହିଦ୍ ହୋଇଥିବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନାଁ ନୀତୀନ ଭାଲେରାଓ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଶନିବାର ରାତି ୧୦ଟାରେ ସିଆରପିଏଫ୍ ଯବାନ୍ ତାଦମେତଲା ଗାଁ ପାଖ ଜଙ୍ଗଲରେ ସେମାନେ ତଲାସ ଚଳାଇ ଫେରୁଥିଲେ। ସେହି ସମୟରେ।ତାଦମେତଲା ଅଞ୍ଚଳରୁ ପ୍ରାୟ ୬ କିଲୋମିଟର ଦୂରରେ ଏକ ସ୍ଥାନରେ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ ନକ୍ସଲ।ସମସ୍ତ ଆହତ ଯବାନ୍ କୋବ୍ରା ୨୦୬ ବାଟାଲିୟନର ହୋଇଥିବା ଜଣାପଡ଼ିଛି। ସୁକମା ଏସପି କେଏଲ୍ ଧ୍ରୁବ ଏହି ହମଲାକୁ ନେଇ କହିଛନ୍ତି ଯେ, ସମସ୍ତ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ନିଆଯାଇଥିଲା। ତେବେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତୀନଙ୍କର ରବିବାର ସକାଳେ ଡାକ୍ତରଖାନାରେ ଦେହାନ୍ତ ହୋଇଥିବା ଆଇ.ଜି ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.