ମୁଖ୍ୟ ଚିକିତ୍ସାଳୟରେ ନିଶାଶକ୍ତ ପାଞ୍ଚ ଯୁବକଙ୍କ ଉନ୍ମତ କାଣ୍ଡ

639

ମାଲକାନଗିରି:  ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଗତକାଲି ବିଳମ୍ବିତ ରାତ୍ରରେ ନିଶାଶକ୍ତ ଅବସ୍ଥାରେ ପାଞ୍ଚ ଜଣ ଯୁବକ ଆସି ବିନା ପେସକ୍ରିପସନରେ ଔଷଧ ମାଗିଥିଲେ । ଦାୟୀତ୍ୱରେ ଥିବା କର୍ମଚାରୀ ବିନା ଚିଠାରେ ଔଷଧ ଦେଇପାରିବି ନାହିଁ ମନା କରିବାରୁ ଯୁବକ ମାନେ ମେଡିକାଲ ପରିସରରେ ଭଙ୍ଗାରୁଜା କରିଥିଲେ । ପ୍ରଥମେ କବାଟ ଗୁଡିକର କାଚ ଭାଙ୍ଗି ଦେବାସହ ଔଷଧ ବିତରଣ କେନ୍ଦ୍ର ସମ୍ମୁଖରେ ଥିବା ବୋର୍ଡକୁ ତଳେ ପକାଇ ଦେଇଥିଲେ । ଯୁବକ ମାନେ ପାଟିତୁଣ୍ଡ କରୁଥିବା ଖବର ପାଇ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ପିସିଆର ଗାଡି ପହଞ୍ଚି ୨ ଜଣ ଯୁବକଙ୍କୁ କାବୁ କରି ଥାନାକୁ ନେଇଥିଲେ । ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ତେବେ କଣ ପାଇଁ ସେମାନେ ଏଭଳି କାଣ୍ଡ ଭିଆଇଲେ ପୋଲିସ ତାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.