ମୋଦି ଓ ଯୋଗୀଙ୍କ ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଗିରଫ ହୋଇଛନ୍ତି ଜଣେ ଛାତ୍ରୀ

212

ଡୁମାଣୀ ଟିଭି ୪/୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଗିରଫ ହୋଇଛନ୍ତି ଜଣେ ଛାତ୍ରୀ। ଏ ନେଇ ଛାତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା, ଯାହାକୁ ଆଧାର କରି ପୋଲିସ ମାମଲା ରୁଜୁ କରିବା ସହିତ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଛାତ୍ରୀ ଗ୍ରେଟର ନୋଏଡା େଓ୍ଵଷ୍ଟ୍‍ର ବାସିନ୍ଦା।

କୁହାଯାଉଛି, ଛାତ୍ରୀ ଜଣକ ଆଇଏଏସ୍‌ ପାଇଁ ପ୍ରସ୍ତୁତି କରୁଛନ୍ତି। ହିନ୍ଦୁ ଯୁବା ବାହିନୀ ସଂଯୋଜକ ଡା. ରଜତ ଶର୍ମା ଥାନାରେ ରାଗିଣୀ ଯାଦବ ନାମ୍ନୀ ଯୁବତୀଙ୍କ ବିରୋଧରେ ନୋମିନେଟେଡ୍‌ ରିପୋର୍ଟ ଦାଖଲ କରିଥିଲେ। ଏଥିରେ କୁହାଯାଇଥିଲା ଯେ ଯୁବତୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକରେ ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କର ଆପତ୍ତିଜନକ ଫଟୋ ପୋଷ୍ଟ କରିଛନ୍ତି।

ଅଭିଯୋଗ ମିଳିବା ପରେ ପୋଲିସ ରାଗିଣୀ ଯାଦବଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି। ପୋଲିସ କହିଛି ଯେ ଏହା ପୂର୍ବରୁ ବି ରାଗିଣୀ ଅନେକ ନେତାଙ୍କ ବିରୋଧରେ ଅଶୋଭନୀୟ ଟିପ୍ପଣୀ ଏବଂ ପୋଷ୍ଟ କରି ସାରିଛନ୍ତି।

Leave A Reply

Your email address will not be published.