ଡୁମାଣୀ ଟିଭି ୪/୪ : ମା ନାଆ ଡାକି ଦେଲେ ସଂସାରର ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ । ମା ଟିଏ ଦଶ ମାସ ଦଶ ଦିନ ଗର୍ଭରେ ଧରି ନିଜ ପିଲାକୁ ସଂସାରରେ ମଣିଷ ପରି ମଣିଷ ଟିଏ ଗଢି ତେଳିବାକୁ ଦେଖିଥାଏ ଅନେକ ସ୍ୱପ୍ନ । କିନ୍ତୁ ସେଇ ସ୍ୱପ୍ନର ବାସ୍ତବ ରୂପ ଯେତେବେଳେ ପଦାକୁ ଆସେ ସେତେବେଳେ ଧୌର୍ଯ୍ୟହରା ହୋଇଯାଏ ସେହି ଅଭାଗିନୀ ମାଆଟି । ଯାହାକୁ ନିଜର ବୃଦ୍ଧା ସମୟର ସାହାର ଭାବି ଜୀବନ କାଟିବ ବୋଲି ଚିନ୍ତା କରେ ସେହି ପିଲା ସମ୍ପତ୍ତି ଲୋଭରେ ଛାଡିଦିଏ ମାଆକୁ । ଏହିପରି ସମ୍ପତ୍ତି ପାଇବା ଲୋଭରେ ନିଜ ଜନ୍ମ କଲା ମା କୁ ପର କରି ଇଟା ଲଦି ଦେଇଛନ୍ତି ପୁଅ ଓ ବୋହୂ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଦତ୍ତପୁର ଗାଁରେ ।
ଗ୍ରାମର ମଖି ବେହେରାଙ୍କ ୪ପୁଅ ଓ ବୋହୂ। ସ୍ୱାମୀ ଆରପାରିକୁ ଚାଲିଯିବା ପରେ କୌଣସି ପୁଅ ଓ ବୋହୂଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ନ ପାଇ ବାଧ୍ୟ ହୋଇ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି। ମଝିଆଁ ପୁଅ ରଘୁନାଥ ବେହେରା ଓରଫ୍ ଚଗୁଲୁ ଏବଂ ବୋହୂ ମଧୁସ୍ମିତା ବେହେରା ମାଆ ମଖିଙ୍କ ନିକଟରେ ପୈତୃକ ସମ୍ପତ୍ତି ନେଇ କିଛି ଦାବି ରଖିଥିଲେ । ମାତ୍ର ପୁଅ ରଘୁନାଥର ଏହି ଦାବିକୁ ମଖି ଅଗ୍ରାହ୍ୟ କରିବାରୁ ତାକୁ ଦିଆଯାଇଥିଲା ଅକଥନୀୟ ଅତ୍ୟାଚାର ।
ପୁଅ ବୋହୂ ମିଳିମିଶି ମଖିଙ୍କୁ ମାଡ଼ ମାରିବା ସହିତ ଘର ନିର୍ମାଣ ପାଇଁ ଥିବା ଶତାଧିକ ଇଟାକୁ ମଖିଙ୍କ ଉପରେ ଲଦି ଚାଲିଥିଲେ । ସାନ ବୋହୂ ଓ କିଛି ପଡୋଶୀ ଘଟଣାରେ ହସ୍ତକ୍ଷେପ ପରେ ମଖିଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ପାଇଁ ଭର୍ତି କରାଯାଇଥିଲା। ଏ ସମ୍ପର୍କରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମଖିଙ୍କ ଅଭିଯୋଗକୁ ଭିତିକରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।
linked – https://fb.watch/cas2qvt7Vz/