ମୌନୀ-ସୂରଜ ପାଳିଲେ ପ୍ରଥମ ହୋଲି

336
ମୌନୀ-ସୂରଜ ପାଳିଲେ ପ୍ରଥମ ହୋଲି

ସବୁଠି ହୋଲିର ମାହୋଲ। ବଲିଉଡ୍ର ଅନେକ କପଲ୍ସଙ୍କର ଏହା ପ୍ରଥମ ହୋଲି। ସେମାନେ ଏହାର ଫଟୋ ମଧ୍ୟ ସେୟାର କରିବାରେ ଲାଗିଛନ୍ତି। ଏହି କ୍ରମରେ ନବବିବାହିତା ଅଭିନେତ୍ରୀ ମୌନୀ ରୟ ବି ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ୱାମୀ ସୂରଜ ନାମ୍ବିୟାରଙ୍କ ସହ ହୋଲି ସେଲିବ୍ରେଟ୍ କରୁଥିବାର ଦେଖା ଯାଉଛନ୍ତି। ପ୍ରଥମ ଥର ଦୁହେଁ ଏକାଠି ହୋଲି ସେଲିବ୍ରେଟ୍ କରି ବହୁତ ଖୁସି ଥିବା ନଜର ଆସିଛନ୍ତି। ଏକ ଫଟୋରେ ମୌନୀ ସ୍ୱାମୀଙ୍କୁ ରଙ୍ଗ ଲଗାଉଥିବା ବେଳେ ଆଉ ଏକ ଫଟୋରେ ସେ ସୂରଜଙ୍କ ପାଦରେ ଅବିର ପକାଉଥିବା ନଜର ଆସିଛନ୍ତି। ମୌନୀ ରୟ ସୂରଜ ନାମ୍ବିୟାରଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ‘ଆପଣଙ୍କ ଜୀବନରେ ଖୁସି, ପ୍ରେମ ଏବଂ ହସର ରଙ୍ଗ ସବୁବେଳେ ରହୁ। ହାପି ହୋଲି’। ଏହିପରି ସେମାନେ ଫ୍ୟାନମାନଙ୍କୁ ମଧ୍ୟ ହୋଲି ଶୁଭେଚ୍ଛା ଜଣାଇଛନ୍ତି। ମୌନୀଙ୍କର ଏହି ପୋଷ୍ଟରେ ଫିଲ୍ମ ଷ୍ଟାର ଏବଂ ଫ୍ୟାନମାନେ ଖୁବ୍ କମେଣ୍ଟ କରିଛନ୍ତି।
ମୌନୀ ରୟଙ୍କ ଓ୍ଵାର୍କ ଫ୍ରଣ୍ଟ୍ ଦେଖିଲେ, ବର୍ତ୍ତମାନ ସେ ‘DID Little Master’ ସିଜନ ୫ର ଜଜ୍ ରୂପେ ନଜର ଆସୁଛନ୍ତି। ଏଥିରେ ରେମୋ ଡିସୁଜା ଓ ସୋନାଲି ବିନ୍ଦ୍ରେଙ୍କ ସହ ମୌନୀ କୁନି ନୃତ୍ୟଶିଳ୍ପୀମାନଙ୍କୁ ଉତ୍ସାହିତ କରୁଥିବାର ଦେଖାଯାଇ ପାରିବ। ଏହା ବ୍ୟତୀତ ସେ ବ୍ରହ୍ମାସ୍ତ୍ର ଫିଲ୍ମରେ ବି ନଜର ଆସିବେ। ଏଥିରେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଚଳିତବର୍ଷ ସେପ୍ଟେମ୍ବର ୯ରେ ଥ୍ରୀଡି ଇଫେକ୍ଟ ସହିତ ସିନେମା ଘରେ ରିଲିଜ୍ ହେବ। ଫିଲ୍ମ ‘ବ୍ରହ୍ମାସ୍ତ୍ର’ ହିନ୍ଦୀ ସହ ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲୟାଲମ୍ ଭାଷାରେ ନିର୍ମିତ ହୋଇଛି।

Leave A Reply

Your email address will not be published.