ଯୁଦ୍ଧ ପରେ ପ୍ରଥମ ଥର ପାଇଁ ବିଦେଶ ଗ୍ରସ୍ତ କରିବେ ପୁଟିନ୍‌

280

ଚଳିତ ସପ୍ତାହରେ ଏସିଆର ଦୁଇ ପୂର୍ବତନ ସୋଭିଏତ୍ ରାଜ୍ୟ ଗସ୍ତ କରିବେ ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ । ରବିବାର ଦିନ ରୁଷ ର ଖବର ସଂଚାରକ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି । ରୁଷ ୟୁକ୍ରେନ ଯୁଦ୍ଧ ପରେ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ବିଦେଶ ଗ୍ରସ୍ତ । ସୂଚନା ଅନୁସାରେ ପୁଟିନ୍ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକେ ୱିଡୋଡୋଙ୍କ ଭେଟିବେ ଏହା ସହିତ ତାଜିକସ୍ତାନ ବେଂ ତୁର୍କମେନିସ୍ତାନ ମଧ୍ୟ ଗ୍ରସ୍ତ କରିବେ । ରୁଷ ରାଜ୍ୟ ଟେଲିଭିଜନ ସାମ୍ବାଦିକ ପୱେଲ ଜାରୁବିନ୍‌ଙ୍କ ସୂଚନା ଅନୁସାରେ ଦୁଶାମ୍ବେ ରେ ପୁଟିନ ତାଜିକ ରାଷ୍ଟ୍ରପତି ଇମୋମାଲି ରାଖ ମୋହନଙ୍କୁ ଭେଟ କରିବେ । କହିବାକୁ ଗଲେ ଇମୋମାଲି ରାଖ ମୋହନ ପୂର୍ବତନ ସୋଭିଏତ ରାଜ୍ୟର ଜଣଏ ଅଧିକ ସମୟ ଶାସନ କରିଥିବା ଶାସକ ଏବଂ ରୁଷ ର ଜଣେ ଘନିଷ୍ଠ ସହେଯାଗୀ । ଏହା ସହିତ ପୁଟିନ ଅଶଗାବାତରେ ଅଜରବୈଜାନ, କାଜାକିସ୍ତାନ, ଇରାନ ଏବଂ ତୁର୍କମେନିସ୍ତାନ ନେତାଙ୍କ ସହିତ କ୍ୟାପସିଅନ ଦେଶର ଏକ ଶିଖ୍ର ସମ୍ମିଳନୀରେ ମଧ୍ୟ ଭାଗ ନେବେ ।
ଏହା ପୂର୍ବରୁ ପୁଟିନ ଫେବୃଆରି ମାସ ଆରମ୍ଭରେ ବେଜିଂ ଗ୍ରସ୍ତ କରିଥିଲେ । ସେଠାରେ ଚିନ ରାଷ୍ଟ୍ରପତି ସି ଜିନପିଙ୍ଗ ଙ୍କ ସହିତ ମିଶି ଅଲମ୍ପ୍ଖଳ ଶୀତକାଳୀନ ଖେଳର ଉଦଘାଟନ ପୂର୍ବରୁ ବନ୍ଧୁତ୍ୱ ଚୁକ୍ତିର ଅନାବରଣ କରିଥିଲେ ।

Leave A Reply

Your email address will not be published.