ଯୁଦ୍ଧ ସ୍ମାରକୀରେ ପହଞ୍ଚିବା ପରେ ପିଏମ ମୋଦୀ ‘ଗୋଲଡେନ ବିଜୟ ଟର୍ଚ୍ଚ’ କୁ ପ୍ରଜ୍ୱଳିତ କରି ଶହୀଦମାନଙ୍କୁ ଅଭିବାଦନ ଜଣାଇଛନ୍ତି
ନୂଆଦିଲ୍ଲୀ: ୧୯୭୧ ଯୁଦ୍ଧରେ ଭାରତ ପାକିସ୍ତାନ ଉପରେ ବିଜୟର ୫୦ ତମ ବାର୍ଷିକୀ ପାଳନ କରିବାର ଆରମ୍ଭକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଯୁଦ୍ଧ ମେମୋରିଆଲରେ ପହଞ୍ଚିଛନ୍ତି। ୧୯୭୧ ଭାରତ-ପାକିସ୍ଥାନ ଯୁଦ୍ଧର ୫୦ ତମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ମେମୋରିଆଲରେ ପହଞ୍ଚି ଶହୀଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ୫୦ ତମ ବାର୍ଷିକୀରେ ଜାତୀୟ ଯୁଦ୍ଧ ମେମୋରିଆଲରେ ‘ସୁବର୍ଣ୍ଣ ବିଜୟ ଟର୍ଚ୍ଚ’ ଜାଳିଥିଲେ। ଏହି ଅବସରରେ ଚାରୋଟି ବିଜୟ ମଶାଲ ଜଳାଯାଇଥିଲା । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ ବିପିନ ରାୱତଙ୍କ ସହ ତିନି ବାହିନୀର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ।