ଭୁବନେଶ୍ୱର, ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଜାତୀୟ ଯୁବ ଦିବସରେ ଯୁବକମାନଙ୍କ ଉନ୍ନତି ଲାଗି ବିଭିନ୍ନ ଉପାୟରେ ସେମାନଙ୍କୁ ସକ୍ଷମ କରିବାକୁ ତାର ପ୍ରତିଶ୍ରୁତିକୁ ଦୋହରାଇଛି। କମ୍ପାନି ତାର ଦୁଇ ସ୍ତରୀୟ ଆଭିମୁଖ୍ୟକୁ ପ୍ରତି।ଦିତ କରିବା ଲାଗି ବିଶ୍ୱସ୍ତରୀୟ କାର୍ଯ୍ୟରେ ସମୃଦ୍ଧ ନିଯୁକ୍ତି ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଶିକ୍ଷା, ଦକ୍ଷତା, ବିକାଶ, ତୃଣମୂଳ କ୍ରୀଡ଼ା ଓ ପାରମ୍ପାରିକ କଳା କ୍ଷେତ୍ରରେ ଯୁବକମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ମାଧ୍ୟମରେ ସଶକ୍ତି କରୁଛି। ଏହାଦ୍ୱାରା ସେମାନେ ନିଜର ଜୀବିକା ନିର୍ବାହ କରିବା ସହ ନୂଆ ଲକ୍ଷ୍ୟ ସ୍ଥାପନ କରିଛନ୍ତି ଓ ଗୋଷ୍ଠୀ ତଥା ଦେଶରେ ସାମଜିକ ଅର୍ଥନୈତିକ ବିକାଶ ହୋଇପାରିଛି। ବେଦାନ୍ତ ଆଲୁମିନିୟମର କାର୍ଯ୍ୟରେ ଛତିଶଗଡ଼ର ବାଲକୋ, ଝାରସୁଗୁଡ଼ାର ସର୍ବବୃହତ ଆଲୁମିନିୟମ ସ୍ମେଲଟର ଓ ଲଂଜିଗଡ଼ର ବିଶ୍ୱସ୍ତରୀୟ ଆଲୁମିନିୟମ ରିଫାଇନାରୀ ଅନ୍ତର୍ଭୁକ୍ତ। ଏହି ସବୁ ସ୍ଥାନରେ ବେଦାନ୍ତର ୫୫%ରୁ ଅଧିକ କର୍ମଚାରୀ ବିଂଶ ଶତକରେ ଶ୍ରେଷ୍ଠ ପ୍ରତିଭାଙ୍କୁ ନେଇ ଗଠିତ। ଏହି ସବୁ ସ୍ଥାନରେ ଉଚ୍ଚ ପ୍ରତିଭାଧାରୀଙ୍କ ସହ ଅଗ୍ରଣୀ ପ୍ରଯୁକ୍ତି ବିଦ୍ୟା ଉପରେ କାର୍ଯ୍ୟ କରି ବିଶ୍ୱରେ ୬୦ରୁ ଅଧିକ ଦେଶକୁ ସାମଗ୍ରୀ ଯୋଗାଯାଉଛି। କର୍ମଚାରୀଙ୍କ ହାରାହାରି ବୟସକୁ ଦୃଷ୍ଟିରେ ରଖି କମ୍ପାନି ବର୍ତମାନ ଯୁବକ ଅଟେ, ଯାହା ୨୬-୨୮ ବର୍ଷ ମଧ୍ୟରେ ପଡେ଼। ବେଦାନ୍ତ ଆଲୁମିନିୟମର କାର୍ଯ୍ୟର ଆକାର ଓ ମାପ ପ୍ରଦାନ କରି ଯୁବକମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଛି। ଉପଯୁକ୍ତ ତାଲିମ ପ୍ରଦାନ ଓ ଆଗକୁ ବଡ଼ିବା ଲାଗି ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକ ସହ ମିଳିତ ହୋଇଛି। ଗୋଷ୍ଠୀର ବିକାଶ ଲାଗି କମ୍ପାନି ତାର ଗରୁତ୍ୱପୂର୍ଣ୍ଣ ପ୍ରୟାସ ଉପରେ ନିର୍ଭର କରି ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ପ୍ରାୟ ୧୫୦୦୦ ଯୁବକମାନଙ୍କୁ ସଫଳତାର ସହ ତାଲିମ ଦେଇଛି। ବିଭିନ୍ନ ଧନ୍ଦାମୂଳକ ଦକ୍ଷତା, ଉଦ୍ୟୋଗିତା, ଜଳବାୟୁ ପ୍ରତିଣୋଧି କୃଷି, ପାରଂପାରିକ କଳା ଓ ହସ୍ତଶିଳ୍ପର ବିକାଶ ଜରିଆରେ ଯୁବକମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସାହାଯ୍ୟ କରୁଛି। ପ୍ରକଳ୍ପ ପଂଛି ଜରିଆରେ ୧୦୦୦ ବାଳିକାଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛି। ଏଥିପାଇଁ ସେମାନଙ୍କ ଲାଗି ଉପଯୁକ୍ତ ତାଲିମ ବ୍ୟବସ୍ଥା ମଧ୍ୟ କରୁଛି। ବେଦାନ୍ତ ଆଲୁମିନିୟମର ଲକ୍ଷ୍ୟ ମଧ୍ୟ ପ୍ରମୁଖ ବିଶ୍ୱ ଲକ୍ଷ୍ୟ ସହ ସମାନ ହୋଇଛି ବିଶେଷ କରି ସ୍କିଲ ଇଣ୍ଡିଆ ଦୃଷ୍ଟିକୋଣ ସହିତ ଓ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଏସଡିଜି ୧ – ଦାରିଦ୍ର୍ୟ ଦୂରିକରଣ, ଏସଡିଜି ୮- ଉପଯୁକ୍ତ କାର୍ଯ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧି, ଏବଂ ଏସଡିଜି ୧୦- ହ୍ରାସ ହୋଇଥିବା ଅସମାନତା ଇତ୍ୟାଦି। ଏହାଛଡା କମ୍ପାନି ନାବାଡର଼୍, ଏନଆଇଏସଇ, ଦକ୍ଷତା ବିକାଶ ପ୍ରତିଷ୍ଠାନ ଭୁବନେଶ୍ୱର ପରି ସମ୍ମାନଜନକ ଜ୍ଞାନପ୍ରଦାନକାରୀଙ୍କ ସହ ସହଯୋଗ ରକ୍ଷା ମଧ୍ୟ କରୁଛି। ବେଦାନ୍ତ ବର୍ଷ ବର୍ଷ ଧରି ଛତିଶଗଡ଼ କୋରବାରେ ସ୍କିଲ ସ୍କୁଲ କାର୍ଯ୍ୟକ୍ରମ ଭଳି ଖାଦ୍ୟ ଓ ପାନୀୟ, ୱେଲଡିଂ, ଟେଲରିଂ, ଆତିଥ୍ୟ ପରି ବିଭିନ୍ନ ତାଲିମ ପ୍ରଦାନ କରି ମହିଳାମାନଙ୍କୁ ସଶକ୍ତି କରୁଛି। ଓଡ଼ିଶାର ଶୁଭଲକ୍ଷ୍ମୀ ସମବାୟ ସମିତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ, ମାଇକ୍ରେଫାଇନାନଓ, ଦକ୍ଷତା ବିକାଶ, ଆର୍ଥିକ ସାକ୍ଷରତା ଓ ବଜାର ଲିଙ୍କେଜ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କୁ ଉଦ୍ୟୋଗୀ ହେବାରେ ସହାୟତା କରୁଛି। ଏହା ସହିତ ଲଞ୍ଜିଗଡ଼ରେ ସ୍ଥାୟୀ ଜୀବିକା ପ୍ରକଳ୍ପ ଏବଂ ବାଲକୋ, କୋରବା ଠାରେ ମୋର୍ ଜଲ୍ ମୋର୍ ମାଟି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଏକୀକୃତ ସମ୍ପ୍ରଦାୟ ଭିତିକ ହସ୍ତକ୍ଷେପ ଉପରେ ତାଲିମ ପ୍ରଦାନ କରେ । ଉନ୍ନତ କୃଷି ପ୍ରଣାଳି, ଜଳ ପରିଚାଳନା, ମୃତ୍ତିକା ସଂରକ୍ଷଣ, ପଶୁପାଳନ ଏବଂ ଅନ୍ୟାନ୍ୟ ଦିଗକୁ ପ୍ରୋତ୍ସାହିତ କରି ଆୟ ବୃଦ୍ଧି କରିବା ସହିତ ଜୀବିକା ନିର୍ବାହ ପାଇଁ ଯୁବକମାନଙ୍କ ମଧ୍ୟରେ ଚାଷକୁ ପୁନର୍ଜୀବିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ଉପାୟରେ ଗୋଷ୍ଠୀ ସଦସ୍ୟ ତଥା ଯୁବକମାନଙ୍କୁ ଦକ୍ଷ କରାଇ ସେମାନଙ୍କ ଭବିଷ୍ୟତ ଜୀବନରେ ଉନ୍ନତି ଆଣିବାକୁ ପ୍ରୟାସ କରୁଛି। ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତ ମ ଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଣ୍ଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି। ଏକ ସବୁଜ ଭବିଷ୍ୟ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।
Sign in
Sign in
Recover your password.
A password will be e-mailed to you.