ରକ୍ଷା ବନ୍ଧନରେ ଅକ୍ଷୟ କୁମାରଙ୍କ ନୁଆ ଫିଲ୍ମ, ପୋଷ୍ଟରେ ଚାରି ଭଉଣୀଙ୍କ ସହ ନଜର ଆସିଛନ୍ତି ଅକ୍ଷୟ

169

ଖୁବ ଶୀଘ୍ର ଅକ୍ଷୟ କୁମାର ସିଲଭର ସ୍କ୍ରିନରେ ଆଉ ଏକ ନୁଆ ଫିଲ୍ମ ନେଇ ଆସୁଛନ୍ତି । ବେକ୍ ଟୁ ବେକ୍ ଦିଇଟି ଫ୍ଲପ ଫିଲ୍ମ ଦେବା ପରେ ବର୍ତମାନ ନିଜର ନୁଆ ଫିଲ୍ମକୁ ନେଇ ସେ ଫୁଲ୍ ଜୋସ୍ ରେ ଅଛନ୍ତି । ଫିଲ୍ମ ର ନା ରକ୍ଷା ବନ୍ଧନ ଥିବା ବେଳେ ଏହା ଏକ ପାରିବାରୀକ ଡ୍ରାମା କୁ ନେଇ ପ୍ରସ୍ତୁତି କରାଯାଇଥିବାର ଜଣାଯାଇଛି । ଏଥିରେ ଅକ୍ଷୟ କୁମାରଙ୍କ ସହିତ ନାୟୀକା ଭୂମି ପେଡନେକରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାଖୁ ମିଳିବ ।
ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଆନନ୍ଦ ଏଲ୍ ରାୟ । ତେବେ ଆଜି ସନ୍ଧ୍ୟାରେ ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି । ଏବେ ଆସନ୍ତୁ ନଜର ପକାଇବା ଅକ୍ଷୟ କୁମାରଙ୍କ ସହ ନଜର ଆସିଥିବା ଚାରି ଜଣ ଭଉଣୀ ଉପରେ । ସେଥି ମଧ୍ୟ ପ୍ରଥମ ହେଉଛନ୍ତି ସାଦିଆ ଖତିବ । ଫିଲ୍ମ ରକ୍ଷା ବନନ୍ଧରେ ସାଦିଆ ଖତିବ ଅକ୍ଷୟ କୁମାରଙ୍କ ଭଉଣି ଚରିତ୍ରରେ ନଜର ଆସିଛନ୍ତି । ପୂର୍ବରୁ ସାଦିଆ ଖତିବ ନିର୍ଦ୍ଦେଶକ ବିଧୁ ବିନୋଦଙ୍କ ଫିଲ୍ମ ଶିକାରା ରେ ଡେବ୍ୟୁ କରିଥିଲେ । ଅନ୍ୟ ଜଣେ ହେଉଛନ୍ତି ସାହଜମିନ କର୍ । ସୂଚନା ଅନୁସାରେ ସାହଜମିନ କର ଏହି ଫିଲ୍ମ ରକ୍ଷା ବନ୍ଧନ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅନ୍ୟ ଜଣେ ନାୟୀକା ହେଉଛନ୍ତି ଦୀପିକା ଖନ୍ନା । ଖବର ଅନୁସାରେ ଦୀପିକା ଖନ୍ନା ମୁମ୍ବାଇରେ ରହୁଥିବା ବେଳେ ପୂର୍ବରୁ ଅନେକ ଟିଭି ଶୋ ରେ କାମ କରି ସାରିଛନ୍ତି । ତାଙ୍କର କହିବା ଅନୁସାରେ ଛୋଟବେଳୁ ସେ ଏକ ନୟୀକା ହେବାର ସ୍ୱପ୍ନ ଦେଖିଥିଲେ । ବର୍ତମାନ ନିଜର କଠିନ ପରିଶ୍ରମ ସାହାର୍ଯ୍ୟରେ ନିଜର ସ୍ୱପ୍ନକୁ ସାକାର କରିଛନ୍ତି । ଏବେ ଦେଖୁବାକୁ ବାକି ରହିଲା ଫିଲ୍ମ ରକ୍ଷ ବନ୍ଧନରେ ସେ କଣ କମାଲ କରିଛନ୍ତି । ସେହିପରି ଅନ୍ୟଜଣେ ଅଭିନେତ୍ରୀ ହେଉଛନ୍ତି ସ୍ମୃତି ଶ୍ରୀକାନ୍ତ । ସୂଚନା ଅନୁସାରେ ସ୍ମୃତି ସୋସିଆଲ ମିଡିଆରେ ଫୁଲ୍ ଆକ୍ଟିଭ ରହୁଛନ୍ତି । ସ୍ମୃତି ଶ୍ରୀକାନ୍ତ ଜଣେ ଆକ୍ଟ୍ରିସ ସହିତ ଏକ ମଡଲ ମଧ୍ୟ । ରିୟଲ ଲାଇଫରେ ସେ ନିଜର ଫିଟନେଓ କୁ ନେଇ ମଧ୍ୟ ସିରିଅସ ଥିବାର ଜଣାଯାଇଛି ।
ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ରକ୍ଷାବନ୍ଧନ ଅଗଷ୍ଟ ମାସ ୧୧ ତାରୀଖରେ ରିଲିଜ ହେବାକୁ ଯାଉଛି । ଏବେ କେବଳ ଦେଖିବାଖୁ ବାକି ରହିଲା କି ବଚ୍ଚନ ପାଣ୍ଡେ ଏବଂ ସମ୍ରାଟ ପୃଥ୍ୱୀରାଜ ଭଳି ଦୁଇଟି ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ ଫିଲ୍ମ ଦେବା ପରେ କଣ ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଉଛି କି ନାହିଁ ।

Leave A Reply

Your email address will not be published.