ରାଜ୍ୟବାସୀଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ଶାରଦୀୟ ଦୁର୍ଗାପୂଜା ଅବସରରେରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମା’ଙ୍କ ନିକଟରେ ରାଜ୍ୟବାସୀଙ୍କସୁଖ, ଶାନ୍ତି ଓ ସମୃଦ୍ଧି କାମନାକରିଛନ୍ତି । ପାର୍ବଣର ଅମୃତ ଲଗ୍ନରେମା’ଙ୍କ ଆଶୀର୍ବାଦ ସମସ୍ତଙ୍କଜୀବନରେ ଶାନ୍ତି ଓ ଆନନ୍ଦ ଭରିଦେଉ ବୋଲି ପ୍ରାର୍ଥନା କରୁଛି କହିଛନ୍ତିମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ, ରବିବାରମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା·ଲିଥିବା ବେଳେ ପୀଠରେ ନବମୀପୂଜା କରାଯାଉଛି । ଦୁର୍ଗାପୂଜାକୁ ନେଇ
ସାରା ରାଜ୍ୟରେ ଏକ ପ୍ରକାର ଭକ୍ତିମୟପରିବେଶ ସୃଷ୍ଟି ହୋଇଛି । ଗାଁଠୁ ସହରସବୁଠି ପୂଜାକୁ ନେଇ ଉତ୍ସାହର ମାହୋଲ ।ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗରଆଲୋକମାଳାରେ ରାସ୍ତାଘାଟ, ସହର,ବଜାର ଝଲସୁଛି । ଏହାସହ ମୀନାବଜାର,ବିଭିନ୍ନ ପ୍ରକାର ଦୋଳି ଓ ଖେଳର ମଜାଉଠାଉଛନ୍ତି ଲୋକେ