ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

President Draupadi Murmu completes three years in office: Various initiatives launched at Rashtrapati Bhavan

169

ନୂଆଦିଲ୍ଲୀ,: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର କାର୍ଯ୍ୟାଳୟରେ ତିନି ବର୍ଷ ପୂରଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂରଣ କରିବା ସହିତ, ରାଷ୍ଟ୍ରପତି ଭବନରେ ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି ଦିବ୍ୟାଙ୍ଗଜନ-ଅନୁକୂଳ ରାଷ୍ଟ୍ରପତି ଭବନୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଦ୍ୱାରା ୫୦ -ସୂତ୍ରୀ ସୁପାରିଶ କାର୍ଯ୍ୟକାରୀ କରିବା ପରେ ରାଷ୍ଟ୍ରପତି ଭବନ, ଅମୃତ ଉଦ୍ୟାନ ଏବଂ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଦିବ୍ୟାଙ୍ଗଜନ-ଅନୁକୂଳ ପରିସରରେ ପରିଣତ ହୋଇଛି । ୨୨ଟି ଭାରତୀୟ ଭାଷାରେ ରାଷ୍ଟ୍ରପତି ଭବନ ୱେବସାଇଟ୍ ଆରମ୍ଭ । ରାଷ୍ଟ୍ରପତି ଭବନର ସରକାରୀ ୱେବସାଇଟ୍ – ଷଗ୍ଧଗ୍ଧକ୍ଟ୍ରଗ୍ଦ: ଙ୍ଗଙ୍ଗ.କ୍ସବଗ୍ଦଷଗ୍ଧକ୍ସବକ୍ଟ୍ରବଗ୍ଧସଭଷବଙ୍ଖବଦ୍ଭ.ଶକ୍ଟଙ୍ଖ.ସଦ୍ଭ/ ଏବଂ ଷଗ୍ଧଗ୍ଧକ୍ଟ୍ରଗ୍ଦ:// ଙ୍ଗଙ୍ଗ.କ୍ଟ୍ରକ୍ସରଗ୍ଦସୟରଦ୍ଭଗ୍ଧକ୍ଟଲସଦ୍ଭୟସବ.ଶକ୍ଟଙ୍ଖ.ସଦ୍ଭ/ – ଏବେ ୨୨ଟି ଭାରତୀୟ ଭାଷାରେ ଉପଲବ୍ଧ । ରାଷ୍ଟ୍ରପତି ଭବନରେ ପରିଦର୍ଶକ ଏବଂ ନିବାସୀଙ୍କ ପାଇଁ ବିଭିନ୍ନ ସୁବିଧାର ଉଦଘାଟନ, ଯେପରିକି ରାଷ୍ଟ୍ରପତି ଭବନରେ ପରିଦର୍ଶକ ସୁବିଧା କେନ୍ଦ୍ର, ହାଇଦ୍ରାବାଦର ରାଷ୍ଟ୍ରପତି ନିଳୟମ ଠାରେ ନିଳୟମ ନିକୁଞ୍ଜ, ମାଶୋବ୍ରାର ରାଷ୍ଟ୍ରପତି ନିବାସରେ କାଫେଟେରିଆ, ସ୍ମାରକୀ ଦୋକାନ, ଅଭ୍ୟର୍ଥନା କକ୍ଷ ଏବଂ ରାଷ୍ଟ୍ରପତି ଭବନରେ ଏକ ନବୀକରଣ କରାଯାଇଥିବା ଜିମ୍ । ୨୫୦ରୁ ଅଧିକ ସାମଗ୍ରୀ ନିଲାମ ପାଇଁ ଇଉପହାର ସିଜିନ ୨ ଆରମ୍ଭ । ନିଲାମରୁ ସମସ୍ତ ଆୟ ଶିଶୁ ସୁରକ୍ଷା ସମ୍ପର୍କିତ କାଯ୍ୟକ୍ରମଗୁଡିକୁ ଦାନ କରାଯିବ । ବିବରଣୀ – ଷଗ୍ଧଗ୍ଧକ୍ଟ୍ରଗ୍ଦ: କ୍ଟ୍ରବଷବବକ୍ସ.କ୍ସବଗ୍ଦଷଗ୍ଧକ୍ସବକ୍ଟ୍ରବଗ୍ଧସଭଷବଙ୍ଖବଦ୍ଭ.ଶକ୍ଟଙ୍ଖ.ସଦ୍ଭ/ ଇ-ପୁସ୍ତକର ଉନ୍ମୋଚନ – ରାଷ୍ଟ୍ରପତି ଶାସନର ଗତ ଗୋଟିଏ ବର୍ଷର ପ୍ରସଙ୍ଗର ସଂଗ୍ରହ । ମାର୍ଚ୍ଚ ୨୦୨୭ ସୁଦ୍ଧା ରାଷ୍ଟ୍ରପତି ଭବନକୁ ନେଟ୍ ଜିରୋ କରିବା ପାଇଁ ପଦକ୍ଷେପ ଆରମ୍ଭ । ଏହି ସମସ୍ତ ପ୍ରୟାସର ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟରେ କହିଛନ୍ତି ଗତ ତିନି ବର୍ଷ ମଧ୍ୟରେ ଅନେକ ନିଷ୍ପତ୍ତି ନିଆଯାଇଛି ଏବଂ କାର୍ଯ୍ୟ କରାଯାଇଛି ଯାହା ନାଗରିକମାନଙ୍କର ରାଷ୍ଟ୍ରପତି ଭବନ ସହିତ ଅଧିକ ସଂଯୋଗ ବୃଦ୍ଧି କରିଛି । ସମାଜର ସମସ୍ତ ବର୍ଗ, ବିଶେଷକରି ଅବହେଳିତ ଏବଂ ପଛୁଆ ବର୍ଗଙ୍କ ଦେଶର ବିକାଶ ଯାତ୍ରା ସହିତ ପ୍ରଭାବଶାଳୀ ଭାବରେ ଯୋଡ଼ିବା ପାଇଁ ଆମର ସର୍ବଦା ପ୍ରୟାସ ଜାରି ରହିଛି । ଦିବ୍ୟାଙ୍ଗଜନଙ୍କ ପାଇଁ ରାଷ୍ଟ୍ରପତି ଭବନ ଅଧିକ ସୁଗମ ହୋଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ନୂତନ ପଦକ୍ଷେପ ନିଆଯିବ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ ।

Leave A Reply

Your email address will not be published.