ରୋପ୍‌ ୱେ ଦୁର୍ଘଟଣା: ୪୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲେ ୪୭

241

ଡୁମାଣୀ ଟିଭି,୧୨/୪:ଝାରଖଣ୍ଡର ଦେଓଘର ତ୍ରିକୁଟ ପାହାଡ ଉପରେ ହୋଇଥିବା ରୋପ୍‌ ୱେ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୪୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୪୭ ଜଣ ଲୋକଙ୍କ ଜୀବନ ରକ୍ଷା କରାଯାଇଛି। ଅଧିକ ଉଚ୍ଚ ଏବଂ ଦୁର୍ଗମ ଅଞ୍ଚଳ ଯୋଗୁଁ ଉଦ୍ଧା କାର୍ଯ୍ୟରେ ଅନେକ ଅସୁବିଧା ସାମ୍ନା କରିବାକୁ ପଡିଥିଲା। ଆଜି ଉଦ୍ଧାର କାର୍ଯ୍ୟ ବେଳେ ରଶି ଛିଣ୍ଡିଯିବା ଯୋଗୁଁ ଜଣେ ମହିଳା ତଳକୁ ଗଳି ପଡିଥିଲେ। ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏଥିପାଇଁ କିଛି ସମୟ ଉଦ୍ଧା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଏହି ଉଦ୍ଧାର କାର୍ଯ୍ୟରେ ବାୟୁସେନା, ଇଣ୍ଡିଆନ ଆର୍ମି, MI-17 ହେଲିକପ୍ଟର ନିୟୋଜିତ ହୋଇଥିଲା। ରବିବାର ଦିନ ତ୍ରିକୁଟ ପାହାଡ ଉପରେ ଥିବା ରୋପ୍‌ ୱେ ରେ ଶ୍ରଦ୍ଧାଳୁ ମାନେ ବସି ଯାତ୍ରା କରିଥିଲେ। ହଠାତ୍‌ ରୋପ୍‌ ୱେର ବେଲ ତାର ଉପରେ ଲୋଡ ପଡିଥିବାରୁ ଗୋଟିଏ ରୋଲର ଭାଙ୍ଗିଗଲା। ରୋଲଣ ଭାଙ୍ଗିବା ପରେ ତିନିଟି ଟ୍ରଲି ପାହାଡରେ ଧକ୍କା ହୋଇଥିଲା ଆଉ ଦୁଇଟି ଟ୍ରଲି ତଳକୁ ଖସିପଡିଥିଲା। କିନ୍ତୁ ଏହି ଦୁଇଟି ଟ୍ରଲି ପାହାଡ ମଧ୍ୟରେ ଫସି ରହିଥିଲା। ଏହି ରୋପ୍‌ ୱେ ପାଖାପାଖି ୨୦୦୦ ଫୁଟ ଉପରେ ରହିଛି।

ରବିବାର ଦିନ ଘଟଣା ଘଟିବା ପରେ ଅନ୍ଧାର ହେବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଥିଲା। ସୋମବାର ଦିନ ଏନଡିଆରଏଫ, ଆଇଟିବିପି ଯବାନ ଏବଂ ଏୟାରଫୋର୍ସର ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଥିବା ବେଳେ ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.