ଲୋକସଭାରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ ମୁହାଁମୁହିଁ ହେଲେ ଅପରାଜିତା ଷଡଙ୍ଗୀ ଓ ପିନାକୀ ମିଶ୍ର

212

ଡୁମାଣୀ ଟିଭି ,୩୧/୩ : ଲୋକସଭାରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଲେ ଏହି ପ୍ରସଙ୍ଗ । ଘଗଇର ବିନା ଅନୁମତିରେ କାମ ଚାଲିଛି ବୋଲି ସାସଂଦ କହିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।
ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ଅପରାଜିତ ମାଡାମ୍ ଓଡିଶାରେ ଆଇଏଏସ୍ ଅଫିସର ଭାବେ କାମ କରିଛନ୍ତି । ଓଡିଶାରେ ନବୀନ ସରକାରଙ୍କର କୌଣସି ବି କାମ ବିନା ନିୟମରେ ହୁଏନାହିଁ ବୋଲି ସେ ଜାଣିଛନ୍ତି । ତେଣୁ ପୁରା ଭୁଲ୍ କହୁଛନ୍ତି । ଯାହାବି କାମ ହେଉଛି, ତାହା ଘଗଇର ଅନୁମତି ଅନୁସାରେ ହେଉଛି । ସେଇଟା ଏଏସ୍ଆଇରେ ମଧ୍ୟ ସାମିଲ ଅଛି । ସେଠାରେ କୌଣସି ଖନନ କାର୍ଯ୍ୟ ହେଉନାହିଁ । ବରଂ ୪ଟି ଶୌଚାଳୟ ନିର୍ମାଣ ଚାଲିଛି ।ସେଥିରେ ୨ଟି ପୁରୁଷ ଏବଂ ୨ଟି ମହିଳାଙ୍କ ଲାଗି । ଜଗନ୍ନାଥଙ୍କ ଉପରେ କୌଣସି ବିପଦ ନାହିଁ । ଏହି ସବୁ ତଥ୍ୟକୁ ଶୁଣିବା ପରେ ଏହା ତଦନ୍ତର ବିଷୟ ବୋଲି କହିଛନ୍ତି ମାନ୍ୟବର ଚେୟାରମ୍ୟାନ୍ ରମା ଦେବୀ ।

Leave A Reply

Your email address will not be published.