ପୁରୀ,ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ନିଳାଦ୍ରୀ ଭକ୍ତ ନିବାସରେ ଏକ ଉଚ୍ଚସ୍ତରୀୟ ବୈଠକ ସମସ୍ତ କର୍ମକର୍ତ୍ତା ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆଇଜି, ଜିଲ୍ଲାପାଳ, ଏସପି, ବରିଷ୍ଠ ସେବାୟତ, ପରିଚାଳନା କମିଟି ସଦସ୍ୟ, ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଂସଦ ମାନସ ମଙ୍ଗରାଜ ପ୍ରମୁଖ ବୈଠକରେ ଉପସ୍ଥିତି ହୋଇଛି ବିସ୍ତୃତ ଆଲୋଚନା କରିଥିଲେ । ଲୋକାର୍ପଣ ଉତ୍ସବ ପୂର୍ବରୁ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଲୋକାର୍ପଣ ସମାରୋହରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁ ସନ୍ଥ ଆସିବେ । ଶୃଙ୍ଖଳିତ ଦର୍ଶନ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।
Sign in
Sign in
Recover your password.
A password will be e-mailed to you.