ଶାହାରୁଖ ଖାନଙ୍କ ସିନେମା ଜଗତରେ ୩୦ ବର୍ଷ ପୁରା, ପଠାନ ଫିଲ୍ମର ପୋଷ୍ଟର ରୁ ସାମ୍ନାକୁ ଆସିଲା ତାଙ୍କର ନୂଆ ଲୁକ୍
ଫିଲ୍ମ ପଠାନରେ ସାମ୍ନାକୁ ଆସିଛି ଶାହାରୁଖ ଖାନଙ୍କ ନୂଆ ଲୁକ୍ । ଏହି ଫିଲ୍ମରେ ଶାହାରୁଖ ଖାନ୍ ଜଣେ ଭାରୟୀତ ଏଜେଂଟ ର ଭୂମିକା ରେ ନଜର ଆସିଛନ୍ତି । ଶାହାରୁଖ ଖାନ୍ ଙ୍କ ଲୁକ୍ ଉପରେ ନଜର ପକାଇଲେ ଏଭଲି ଲୁକ୍ ରେ ତାଙ୍କୁ ଆଜି ପର୍ଯ୍ୟନ୍ତ କେହି ଦେଖି ନାହାନ୍ତି । ସୋସିଆଲ ମିଡିଆ ରେ କିଙ୍ଗ ଖାନ ନିଜର ମୋସନ ପୋଷ୍ଟର ସେୟାର କରିଛନ୍ତି । ଲମ୍ବା ସମୟ ଧରି ଫିଲ୍ମର ଚର୍ଚ୍ଚା ହେଉଥିବା ବେଳେ ଏହି ଫିଲ୍ମ କୁ ନେଇ ଫ୍ୟାନ୍ ମାନଙ୍କ ଉତ୍ସାହ ବଢିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଫିଲ୍ମର ଶାହାରୁଖ ଖାନ ତଥା ଅନ୍ୟ କୌଣସି ଅଭିନେତା, ଅଭିନେତ୍ରିଙ୍କ ଲୁକ୍ ସାମ୍ନାକୁ ଆସିନଥିବା ବେଳେ କିଙ୍ଗ୍ ଖାନଙ୍କ ବଲିଉଡ ଜଗତରେ ଆଜି ୩୦ ବର୍ଷ ପୁରା କରୁଥିବାରୁ ଏଭଳି ଏକ ଖୁସିର ଦିନରେ ସେ ନିଜର ପଠାନ୍ ଲୁକ୍ କୁ ସାମ୍ନାକୁ ଆଣିଛନ୍ତି ।