ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ

676

ରେଢ଼ାଖୋଲ :ସମ୍ବଲପୁର ଜିଲା ଚାରମାଳ ଥାନା ଅଂଚଳରେ ଏକ ଶିଶୁ କନ୍ୟାକୁ ବିକ୍ରି କରାଯାଇଥିବା ନେଇ ବୁଧବାର ଅଭିଯୋଗ ହୋଇଛି। ଶିଶୁ କନ୍ୟା ବିକ୍ରି ନେଇ ଚାଇଲ୍ଡ ଲାଇନ ଚାରମାଳ ଶାଖା ଅଭିଯୋଗ ଆଣିଛି।
ସୂଚନା ଯୋଗ୍ୟ, ଚାରମାଳ ଥାନା କେଉଁଟି ବାହାଲି ଗାଁର ଜଣେ ଦମ୍ପତି ତାଙ୍କର ୧ମାସ ୭ ଦିନର ଶିଶୁକନ୍ୟାକୁ କୁଶାପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ଖବର ପାଇ ଚାଇଲ୍ଡ ଲାଇନ ଚାରମାଳ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଶିଶୁକନ୍ୟା କିଣି ଥିବା ରେଢ଼ାଖୋଲ ଥାନା କୁଶାପାଲି ଗ୍ରାମର ଲଳିତ ପ୍ରଧାନଙ୍କୁ ଥାନାକୁ ଡକାଇ ତଦନ୍ତ କରୁଥିବା ଜଣାପଡିଛି।

Leave A Reply

Your email address will not be published.