ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା : ଦେଢଘଣ୍ଟା ନୀତି ବିଳମ୍ବ

138

ପୁରୀ, ୩ ନଭେମ୍ବର – ଆଜି ସକାଳୁ ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଥିଲା। ଏହାଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଣିପଡ଼ି ଧୁଆ ଯାଇଥିଲା। ଚୂନ ଛିଟା ପକାଯାଇ ଶୁଦ୍ଧ କରାଯିବା ପରେ ଦର୍ଶନ ଆରମ୍ଭ ହୋଇଛି। ଆଜି କାର୍ତିକମାସ ଦଶମୀ ଗୁରୁବାର ସୁଦଶା ବ୍ରତ ଯୋଗୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଲାଗିରହିଛି। ଶ୍ରୀଜୀଉଙ୍କ ବଡ଼ମହାସ୍ନାନ ପାଇଁ ନୀତି ପ୍ରାୟ ଦେଢ଼ଘଣ୍ଟା ବିଳମ୍ବ ହୋଇଥିଲା। ସକାଳ ସାଢେ ୬ ଟା ରେ ଏହି ଘଟଣା ଘଟିଥିଲା। ରକ୍ତଛିଟା କେମିତି ପଡିଲା ସେ ସମ୍ପର୍କରେ କିଛି ତଥ୍ୟ ମିଳିପାରିନାହିଁ।

Leave A Reply

Your email address will not be published.